Sat. Nov 23rd, 2024

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇ ମେନ୍ ସ୍ଥଗିତ, ଘୋଷଣା ହେବ ନୂଆ ତାରିଖ

By amfnews Apr 18, 2021 #Featured
133 Views

ଭୁବନେଶ୍ୱର,ଏପ୍ରିଲ 18 : ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇ ମେନ୍ ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇ ମେନ୍ ସ୍ଥଗିତ ନେଇ ନିଆଗଲା ନିଷ୍ପତି । ପରୀକ୍ଷା ପାଇଁ ଘୋଷଣା ହେବ ନୂଆ ତାରିଖ ।

2021 ଏପ୍ରିଲ ସେସନର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇ ମେନ୍ ପରୀକ୍ଷା ଚଳିତ ମାସ 27 , 28 ଓ 30 ତାରିଖରେ ହେବାର ଥିଲା । ଜେଇ ମେନ୍ ପରୀକ୍ଷାର ଦୁଇଟି ସେସନ ସରିଛି । ଏହା ତୃତୀୟ ସେସନ ହେବାକୁ ଥିଲା । ଖୁବଶୀଘ୍ର ଜେଇ ମେନ୍ ପରୀକ୍ଷା ପାଇଁ ପରବର୍ତ୍ତୀ ନୂଆ ତାରିଖ ଘୋଷଣା କରାଯିବ । ପରୀକ୍ଷାର ନୂଆ ତାରିଖ ଘୋଷଣା 15 ଦିନ ପୂର୍ବରୁ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ ଏକାଠି ପରୀକ୍ଷା ଦେଲେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ତେଣୁ ପରୀକ୍ଷା ସ୍ଥଗିତ ନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ କୁହାଯାଇଛି ।

ଦେଶରେ ପୁଣି ସାଙ୍ଘାତିକ ହେଉଛି କରୋନାସ୍ଥିତି । ବଢୁଛି ଭୟ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 61 ହଜାର 500 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାସ୍ଥିତି ବିଗିଡିବାରେ ଲାଗିଛି । ପୁଣି ରେକର୍ଡ ଭାଙ୍ଗିଛି କରୋନା । ଗତ 24 ଘଣ୍ଟାରେ ରାଜ୍ୟରେ 3664 ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ କରାଯାଇଛି । ଆଜି ରାଜ୍ୟରେ 2127 କରୋନା କେସ୍ ସଂଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବା ବେଳେ 1537 ଟି ଲୋକାଲ କେସ୍ ଚିନ୍ତା ବଢାଇଛି ।

By amfnews

Related Post