Tue. Nov 5th, 2024

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏବେ ସ୍କୁଲ ଖୋଲାଯିବ ନାହିଁ: କେଜ୍ରିୱାଲ

By amfnews Oct 25, 2020 #Featured
185 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ ଖୋଲାଯାଇପାରିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ମାର୍ଚ୍ଚରେ ଲକଡାଉନ ଲାଗୁ ହେବା ପରେ ଦିଲ୍ଲୀରେ ସ୍କୁଲଗୁଡ଼ିକ ବନ୍ଦ ରଖାଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅକ୍ଟୋବର ୪ ତାରିଖରେ ଘୋଷଣା କରିଥିଲେ ଯେ, ସ୍କୁଲ ଓ କଲେଜ ଗୁଡ଼ିକ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ । ଏବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ସ୍କୁଲଗୁଡ଼ିକ ଖୋଲିବ ନାହିଁ । 

ସୂଚନାଯୋଗ୍ୟ, ଦେଶର କିଛି ରାଜ୍ୟ ସରକାର ସ୍କୁଲ ଖୋଲିଛନ୍ତି । କେନ୍ଦ୍ର ସରକାର ଆଦେଶ ଦେବା ପରେ କିଛି ରାଜ୍ୟ ନବମ ଠାରୁ ଦ୍ୱାଦଶ ଶ୍ରେଣୀଯାଏଁ ସ୍କୁଲ ଖୋଲିଛନ୍ତି । ଯେଉଁ ରାଜ୍ୟରେ ସ୍କୁଲ ଖୋଲାଯାଇଛି, ସେଠାରେ କରୋନା ଗାଇଡଲାଇନକୁ ପାଳନ କରାଯାଉଛି । ଶିକ୍ଷା ମନ୍ତ୍ରାଳୟ ତରଫରୁ ଗତ ଅକ୍ଟୋବର୫ରେ ଗାଇଡଲାଇନ ଜାରି କରାଯାଇଥିଲା ଯେ, ଅକ୍ଟୋବର ୧୫ରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ । 

ତେବେ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ଯେ, ସ୍କୁଲ ଅଂଚଳରେ ସାନିଟାଇଜ କରାଯିବ । ଫର୍ଣ୍ଣିଚର, ଜିନିଷ ପତ୍ର, ଷ୍ଟୋରେଜ, ପାଣିଟାଙ୍କି, ରୋଷେଇ ଗୃହ, କ୍ୟାଣ୍ଟିନ, ୱାସରୁମ, ପରୀକ୍ଷାଗାର, ପାଠାଗାର ଓ ସ୍କୁଲ ପରିସରକୁ ଭଲ ଭାବରେ ସଫା କରାଯିବ । 

By amfnews

Related Post