117 Views
ଭୁବନେଶ୍ୱର, ଏପ୍ରିଲ 15 : କରୋନା ସଂକଟ ମଧ୍ୟରେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ଓୟୁଏଟି ଛାତ୍ରଛାତ୍ରୀ । ଅନଲାଇନରେ ପରୀକ୍ଷା କରିବାକୁ ଧାରଣାରେ ବସିଲେ ରାଜଧାନୀ ଭୁବନେଶ୍ୱର ଓୟୁଏଟି ଛାତ୍ରଛାତ୍ରୀ ।
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଛି । ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଅନେକ ବାଧାପ୍ରାପ୍ତ ହୋଇଛି । ତେବେ ଅନଲାଇନରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ବିରୋଧ କରିଛନ୍ତି ଓୟୁଏଟି ଛାତ୍ରଛାତ୍ରୀ । ଅନଲାଇନରେ ପରୀକ୍ଷା କରିବାକୁ ରାଜଧାନୀ ଭୁବନେଶ୍ୱର ଓୟୁଏଟି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ହଷ୍ଟେଲରେ ଛାତ୍ରଛାତ୍ରୀ କରୋନା ପଜିଟିଭ ହେବା ପରେ ମଧ୍ୟ କର୍ତ୍ତୃପକ୍ଷ କୌଣସି ସତର୍କତାମୂଳକ ନେଇ ନଥିବା ଅଭିଯୋଗ । ଏହା ସହ ଜୁମ ଆପରେ ପାଠପଢା ହେଉଥିବାରୁ ଅନଲାଇନରେ ପରୀକ୍ଷା କରିବାକୁ ଫ୍ଲାକେଟ ଧରି ବିକ୍ଷୋଭ କରୁଛନ୍ତି ପ୍ରାୟ 500 ଛାତ୍ରଛାତ୍ରୀ ।