Thu. Dec 26th, 2024

କରୋନା ରୋଗୀଙ୍କ ଖର୍ଚ୍ଚ ବହନ କରିବେ ଗୋଆ ସରକାର, ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଯାଏଁ ଲାଭ

By amfnews May 7, 2021 #Featured
182 Views

ପାଣାଜୀ, ମେ ୦୭ : ଗୋଆରେ କରୋନା ସଂକ୍ରମଣ ତୀବ୍ର ଗତିରେ ମାଡ଼ିଚାଲିଛି । ଏହି ସଂକଟକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୋଆ ସରକାର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ । 

ରାଜ୍ୟ ସରକାର କରୋନା ଚିକିତ୍ସାକୁ ନିଜର ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ଲୋକ ତାଲିକାଭୁକ୍ତ ଅଛନ୍ତି । ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ବିକାନ ଗୌନକର କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକେ ଘରୋଇ ହସ୍ପିଟାଲରେ କରୋନାର ଚିକିତ୍ସା କରିବା ସମୟରେ ଦୀନ ଦୟାଲ ସ୍ୱାସ୍ଥ୍ୟ ସେବା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇପାରିବେ । 

କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଦିନ ଠାରୁ ପରବର୍ତ୍ତୀ ୧୦ ଦିନ ଯାଏଁ ଏହି ସୁବିଧାରୁ ଲାଭ ମିଳିପାରିବ । ଏହି ଯୋଜନା ଆଇସିୟୁର ସୁବିଧା ଥିବା ହସ୍ପିଟାଲରେ ଲାଗୁ ହେବ, ଯାହାକି ଡିଡିଏସଏସ୍‌ୱାଇ ଯୋଜନାର ତାଲିକାରେ ରହିଛି । ଗୋଆ ସରକାରଙ୍କ ଅନୁସାରେ ଏହି ଯୋଜନାରେ ହସ୍ପିଟାଲରେ ଭର୍ତ୍ତି ଡାକ୍ତରଙ୍କ ପରାମର୍ଶ, ନର୍ସିଂ, ବେଡ, ଖାଇବା-ପିଇବା, ପିପିଇ କିଟ, ଏକକ୍ସରେ ଆଦି ସବୁ ଶୁଳ୍କ ଯୋଜନାର ପ୍ୟାକେଜରେ ସାମିଲ କରାଯିବ । 

By amfnews

Related Post