Sat. Nov 23rd, 2024

କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍କୁଲ ଦରମା ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦାବି

By amfnews Aug 27, 2020 #Featured
112 Views

ଭୁବନେଶ୍ବର, ଅଗଷ୍ଟ ୨୭ :

କରୋନା ସମୟରେ କାର୍ଯ୍ୟରତ ଫ୍ରଣ୍ଟଲାଇନ କର୍ମଚାରୀ ଓ ଯୋଦ୍ଧାମାନଙ୍କ ପିଲାଙ୍କ ଶିକ୍ଷା ଦେୟ ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦାବି କରିଛନ୍ତି  । ସେ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ଯେ, କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି‘ ଛାଡ କରିବାକୁ ଅନୁରୋଧ କରିଛନ୍ତି। ବାକି ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି‘ ଛାଡ଼ କରିବାକୁ ଚିଠିରେ ଉଲ୍ଲେଖ ରହିଛି।   

ସେହିଭଳି ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଦେୟ ସମ୍ପୂର୍ଣ୍ଣ ଛାଡ କରିବାକୁ ମଧ୍ୟ ଦାବି କରିଛନ୍ତି  ।

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାବେଳେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଓ ଅନ୍ୟ ଆଗଧାଡିର କର୍ମଚାରୀମାନେ ଜୀବନକୁ ପଛରେ ପକାଇ ଜୀବାଣୁମୁକ୍ତ ପରିବେଶ ପାଇଁ କାର୍ଯ୍ୟ କରୁଛନ୍ତି  । କିଛି କର୍ମଚାରୀ ଘରକୁ ଯାଉନାହାନ୍ତି ପରିବାରଠାରୁ ଅଲଗା ହୋଇ ଏକାନ୍ତବାସରେ ରହୁଛନ୍ତି  ।

ସେଥିଲାଗି ସେମାନଙ୍କ ପିଲାମାନଙ୍କୁ ରାଜ୍ୟସରକାର ଶିକ୍ଷା କ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ ବୋଲି ଶ୍ରୀ ଷଡଙ୍ଗୀ ଚିଠି ଲେଖିଛନ୍ତି  ।

By amfnews

Related Post