Wed. Dec 25th, 2024

କରୋନା ମହାମାରୀ ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ

By amfnews Dec 4, 2020 #Featured
185 Views

ନୂଆଦିଲ୍ଲୀ, ଡିସେମ୍ବର ୦୪ : ସାରା ବିଶ୍ୱରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । କରୋନା ମହାମାରୀ ଲାଗାତାର ଭାବେ ବଢିବାରେ ଲାଗିଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥମିନାହିଁ । ବର୍ତ୍ତମାନ ସମୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଶୁକ୍ରବାର ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତି ଓ କରୋନା ଭାକସିନ୍ ବିଷୟରେ ଆଲୋଚନା କରାଯିବ । ତେବେ ଦେଶରେ କରୋନା ଗ୍ରାଫ୍ ଦିନକୁ ଦିନ ଖସୁଛି । ତେବେ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏବେ ବି ଅନେକ ସେକ୍ଟର ବନ୍ଦ ରହିଛି । ଅନେକ ଧର୍ମାନୁଷ୍ଠାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇନାହିଁ । ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ସକାଳ ୧୦ଟା୩୦ରେ ବୈଠକ ଆରମ୍ଭ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହେବ ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ଉପସ୍ଥିତ ରହିବେ । ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ ଉପସ୍ଥିତ ରହିବେ ।

By amfnews

Related Post