Sat. Mar 7th, 2026

କରୋନା ଭୟ; ପୁଅର କାନ୍ଧକୁ ଅପେକ୍ଷା କରିଛି ବାପା ମୃତଦେହ

144 Views

କୁଚିଣ୍ଡା : ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଭୟ ଯୋଗୁଁ ସେମାନଙ୍କ ଦୁଇ ପୁଅ ଘରକୁ ଫେରି ପାରୁନାହାନ୍ତି। ଘରେ ପହଞ୍ଚିବା ସେମାନଙ୍କ ପାଇଁ କାଠିକର ହୋଇପଡ଼ିଛି।

ଦିଲ୍ଲୀପଙ୍କ ବଡପୁଅ ମୁମ୍ବାଇରେ ଥିବା ବେଳେ ସାନ ପୁଅ ଆମେରିକାର କାଲିଫର୍ଣ୍ଣିଆରେ ଚାକିରି କରୁଛନ୍ତି। ଏଭଳି ସମୟରେ ଦୁଇ ପୁଅ ଘରେ ପହଞ୍ଚି ପାରୁ ନଥିବାରୁ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ତିମ ଦର୍ଶନ ପାଇଁ ମୃତ ଶରୀରକୁ ଫ୍ରିଜରରେ ରଖାଯାଇଛି। କରୋନା ପାଇଁ କଟକଣା ଯୋଗୁଁ ସାନ ପୁଅ ପହଞ୍ଚିବା ବିଳମ୍ବ ହେଉଥିବା ବେଳେ ବଡପୁଅ ନିଜ କାରରେ ମୁମ୍ବାଇରୁ ଘରକୁ ଫେରୁଥିବା ଜଣାଯାଇଛି।

ତେଣୁ ବଡ଼ ପୁଅ ଆସିବା ପରେ ବାପାର ଶବ ସତ୍କାର କରିବା ବୋଲି ଦିଲ୍ଲୀପଙ୍କ ପତ୍ନୀ କୋହଭରା କଣ୍ଠରେ କହିଛନ୍ତି। ହେଲେ କରୋନା ଭୟରେ ସାନ ପୁଅ ଶେଷ ଥର ଲାଗି ବାପାକୁ ଦେଖିବାର ସୁଯୋଗ ପାଉ ନ ଥିବା ସେ କହିଛନ୍ତି।

By amfnews

Related Post