Fri. Dec 27th, 2024

କରୋନା ଭାଇରସ: ବିଶ୍ୱବ୍ୟାପୀ ୭.୭୨ ଲକ୍ଷ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ

By amfnews Aug 17, 2020 #Featured
116 Views

ନୂଆଦିଲ୍ଲୀ, ଅଗଷ୍ଟ ୧୭ : ମହାମାରୀ କରୋନା ଭାଇରସରେ ପୂରା ବିଶ୍ୱରୁ ସୋମବାର ସକାଳ ସାଢ଼େ ୬ଟା ସୁଦ୍ଧା ୭ ଲକ୍ଷ ୭୨ ହଜାର ୭୫୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଭିଡ-୧୯ ଯୋଗୁଁ ୨ କୋଟି ୧୮ ଲକ୍ଷ ୮୧ ହଜାର ୯୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୪୫ ଲକ୍ଷ ୫୩ ହଜାର୨୦୫ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ  ୯୧ ହଜାର ୭୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୪ ହଜାର ୪୮୫ ଜଣଙ୍କର ଅବସ୍ଥା ରହିଛି ଗୁରୁତର ।

କୋଭିଡ-୧୯ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ୫୫ ଲକ୍ଷ ୬୬ ହଜାର ୬୩୨ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୭୩ ହଜାର ୧୨୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୨୯ ଲକ୍ଷ ୨୨ ହଜାର ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୪ ଲକ୍ଷ ୭୦ ହଜାର ୭୮୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୨୩୭ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୯ ଲକ୍ଷ ୨୨ ହଜାର ୮୫୩  ସଂକ୍ରମିତ, ୧୫ ହଜାର ୬୮୫ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୮୭ ହଜାର ୩୪୫ ସଂକ୍ରମିତ, ୧୧ ହଜାର ୮୩୯ ମୃତ

ପେରୁ: ୫ ଲକ୍ଷ ୩୫ ହଜାର ୯୪୬ ସଂକ୍ରମିତ, ୨୬ ହଜାର ୨୮୧ ମୃତ

ମେକ୍ସିକୋ: ୫ ଲକ୍ଷ ୧୭ ହଜାର ୭୧୪ ସଂକ୍ରମିତ, ୫୬ ହଜାର ୫୪୩ ମୃତ

କଲୋମ୍ବିଆ: ୪ ଲକ୍ଷ ୬୮ ହଜାର ୩୩୨ ସଂକ୍ରମିତ, ୧୫ ହଜାର ୯୭ ମୃତ 

ଚିଲି: ୩ ଲକ୍ଷ ୮୫ ହଜାର ୯୪୬ ସଂକ୍ରମିତ, ୧୦ ହଜାର ୪୫୨ ମୃତ

ସ୍ପେନ: ୩ ଲକ୍ଷ ୫୮ ହଜାର ୮୪୩ ସଂକ୍ରମିତ, ୨୮ ହଜାର ୬୧୭ ମୃତ

ପାକିସ୍ତାନ: ୨ ଲକ୍ଷ ୮୮ ହଜାର ୭୧୭  ସଂକ୍ରମିତ, ୬ ହଜାର ୧୬୮ ମୃତ

By amfnews

Related Post