Thu. Mar 12th, 2026

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

238 Views

ବେଜିଂ: ଚାଇନାରୁ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଏବଂ ସାରା ବିଶ୍ୱରେ ୪୩ ହଜାର ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍‌ର ନାମ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ‘କୋଭିଡ୍‌-୧୯’ ରଖାଯାଇଛି।

ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେସସ୍‌ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ସେ ଜେନେଭାରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି।

ଏହି ନାଁ ପାଇଁ କରୋନା ପାଇଁ ସିଓ ନିଆଗଲା, ଭାଇରସ୍‌ ପାଇଁ ଭିଆଇ ନିଆଗଲା ଏବଂ ରୋଗ ପାଇଁ ଡି ନିଆଯାଇଥିଲା। ସୋମବାର ମୃତକଙ୍କ ସଂଖ୍ୟା ୧୦୧୭ ହୋଇଛି। ଏତଦ୍‌ବ୍ୟତୀତ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୭୦୮ ହୋଇଛି। ଚାଇନା ବାହାରେ ୩୯୦ ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି।

By amfnews

Related Post