Thu. Dec 26th, 2024

କରୋନା: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୨.୧୯ ଲକ୍ଷକୁ ବୃଦ୍ଧି, ୪.୭୮ କୋଟି ଲୋକ ଆକ୍ରାନ୍ତ

By amfnews Nov 4, 2020 #Featured
249 Views

ୱାଶିଂଟନ, ନଭେମ୍ବର ୦୪ : କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଅତିଷ୍ଠ ହୋଇସାରିଛି । ପ୍ରାୟ ୧ ବର୍ଷ ପୂର୍ବରୁ ଚୀନରୁ ବ୍ୟାପିଥିବା ଏହି ସଂକ୍ରମର ଯୋଗୁଁ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ବିଶ୍ୱରେ ୪ କୋଟି ୭୮ ଲକ୍ଷ ୨୮ ହଜାର ୪୫ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୨ ଲକ୍ଷ ୧୯ ହଜାର ୬୨୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୪୩ ଲକ୍ଷ ୨୬  ହଜାର ୮୦୭ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୨୨ ଲକ୍ଷ ୮୧ ହଜାର ୬୧୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୭ ହଜାର ୯୮୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ ୯୬ ଲକ୍ଷ ୯୦ ହଜାର ୨୬୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୮ ହଜାର ୬୩୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୨ ଲକ୍ଷ ୩୨ ହଜାର ୮୦୮ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଲକ୍ଷ ୧୮ ହଜାର ୮୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୬୭୮ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୮୨ ଲକ୍ଷ ୬୭ ହଜାର ୬୨୩ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୯୭ ମୃତ 

ବ୍ରାଜିଲ: ୫୫ ଲକ୍ଷ ୬୭ ହଜାର ୧୨୬ ସଂକ୍ରମିତ, ୧ ଲକ୍ଷ ୬୦ ହଜାର ୫୪୮ ମୃତ

ଋଷିଆ: ୧୬ ଲକ୍ଷ ୭୩ ହଜାର ୬୮୬ ସଂକ୍ରମିତ, ୨୮ ହଜାର ୮୨୮ ମୃତ

ଫ୍ରାନ୍ସ: ୧୫ ଲକ୍ଷ ୨ ହଜାର ୭୬୩ ସଂକ୍ରମିତ, ୩୮ ହଜାର ୨୮୯ ମୃତ

ସ୍ପେନ: ୧୩ ଲକ୍ଷ ୩୧ ହଜାର ୭୫୬ ସଂକ୍ରମିତ, ୩୬ ହଜାର ୪୯୫ ମୃତ 

ଆର୍ଜେଣ୍ଟିନା: ୧୧ ଲକ୍ଷ ୯୫ ହଜାର ୨୭୬ ସଂକ୍ରମିତ, ୩୨ ହଜାର ୫୨ ମୃତ

କଲମ୍ବିଆ: ୧୦ ଲକ୍ଷ ୯୯ ହଜାର ୩୯୨ ସଂକ୍ରମିତ, ୩୧ ହଜାର ୮୪୭ ମୃତ 

ୟୁକେ: ୧୦ ଲକ୍ଷ ୭୩ ହଜାର ୮୮୨ ସଂକ୍ରମିତ, ୪୭ ହଜାର ୨୫୦ ମୃତ

ମେକ୍ସିକୋ: ୯ ଲକ୍ଷ ୩୩ ହଜାର ୧୫୫ ସଂକ୍ରମିତ, ୯୨ ହଜାର ୧୦୦ ମୃତ

ପେରୁ: ୯ ଲକ୍ଷ ୮ ହଜାର ୯୦୨ ସଂକ୍ରମିତ, ୩୪ ହଜାର ୬୩୨ ମୃତ

By amfnews

Related Post