Mon. Feb 24th, 2025

କରୋନା ପାଇଁ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା

By amfnews Mar 31, 2020 #Featured
148 Views

କୋଲକାତା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦେଶରେ ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭାରତୀୟ ସାଇକିଆଟ୍ରି ସୋସାଇଟି ଦ୍ୱାରା କରାଯାଇଥିବା ଏକ ସର୍ଭେରେ ମାନସିକ ରୋଗ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ୨୦% ବୃଦ୍ଧିପାଇଛି। ଏହି ସର୍ଭେରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଳପ୍ରତି ପାଞ୍ଚ ଜଣ ଭାରତୀୟଙ୍କ ମଧ୍ୟରୁ ଅତି କମରେ ଜଣେ ମାନସିକ ରୋଗରେ ପୀଡ଼ିତ। ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ଏବଂ ଅର୍ଥନୀତି ଆଦି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି।

ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିବା କରୋନା ଭାଇରସ୍‌ର ବିସ୍ତାର ସହ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି।ଏହି ସର୍ଭେରୁ ଜଣାଯାଇଛି, ଗୋଟିଏ ସପ୍ତାହରେ ହିଁ ଏପରି ରୋଗୀମାନଙ୍କ ସଂଖ୍ୟାରେ ହାରାହାରି ୧୫%ରୁ ୨୦% ବୃଦ୍ଧି ଘଟିଛି। ଏପରି ହଠାତ ହୋଇଥିବାରୁ ଏହା କରୋନା କାରଣରୁ ହୋଇଥିବା ସନ୍ଦେହ ଘନୀଭୂତ ହେଉଛି।

ସୂଚନାଯୋଗ୍ୟ ଯେ, ଲକଡାଉନ୍ ସମୟରେ ବ୍ୟବସାୟ, ଚାକିରୀ, ରୋଜଗାର ଏବଂ ସଞ୍ଚୟ ହରାଇବା ଭୟ ବଢ଼ିବାରେ ଲାଗିଛି।
ବିଶେଷଜ୍ଞମାନେ ମତ ଦେଉଛନ୍ତି, “ଲୋକମାନଙ୍କର ଜୀବନଶୈଳୀ ଉପରେ ଏହି ଲକ୍‌ଡାଉନ୍‌ର ପ୍ରଭାବ ପଡ଼ିଛି। ସେମାନେ ଏବେ ଘର ଭିତରେ ରହିଛନ୍ତି। ସେହିକ କାରଣରୁ ବର୍ତ୍ତମାନ ସେମାନେ ଚିନ୍ତା, ଆତଙ୍କିତ ହେବା ଏବଂ ମଦ୍ୟପାନରୁ ଦୂରେଇ ରହିବା ଆଦି ସମସ୍ୟା ଦେଇ ଗତି କରୁଛନ୍ତି।”

ଏହି ମାନସିକ ଦୁଶ୍ଚିନ୍ତା ନିମ୍ନ ଲକ୍ଷଣ ସବୁକୁ ପ୍ରୋତ୍ସହନ ଦେଇଥାଏ

  • କୌଣସି ଘଟଣାର ସତ୍ୟାସତ୍ୟ ନେଇ ବାରମ୍ବାର ଯାଞ୍ଚ କରିବା
  • କିଛି ନକାରାତ୍ମକ ଘଟଣା ଘଟିବ ବୋଲି ଚିନ୍ତା କରିବା
  • ଅତୀତ କଥା ବାରମ୍ବାର ଝୁରି ହେବା ବା ମନେ ପକାଇବା
  • ସବୁ କିଛି ପାଇଁ ନିଜକୁ ଦୋଷୀ ଦୋଷୀ ମନେ କରିବା
  • ଅତ୍ୟଧିକ ଭୋକ ହେବା ବା ଅଯଥା ଖାଇ ଚାଲିବା
  • କୌଣସି ନିର୍ଦ୍ଦିଷ୍ଟ କାମରେ ମନ ନ ଲାଗିବା

By amfnews

Related Post