Sun. Mar 8th, 2026

କରୋନା ପାଇଁ ପାସପୋର୍ଟ ଆବେଦନ ରଦ୍ଦ, ୭ ପରେ ସାନି ଆବେଦନ

245 Views

ଭୁବନେଶ୍ୱର : ସମଗ୍ର ବିଶ୍ୱରେ ବ୍ୟାପିଥିବା ‘କରୋନା’ ମହାମାରୀକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ରକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଏହାସହିତ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପାସପୋର୍ଟ ଆବେଦନ ସମ୍ବନ୍ଧୀୟ ସାକ୍ଷାତକାରଗୁଡ଼ିକୁ ରଦ୍ଦ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ‘କୋଭିଡ୍‌-୧୯’ ଭୂତାଣୁ ଯୋଗୁ ଭୁବନେଶ୍ୱର ପାସପୋର୍ଟ ସେବା କେନ୍ଦ୍ର କୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ମୁଖ୍ୟ ଡାକଘରେ ଥିବା ପୋଷ୍ଟଅଫିସ ପାସପୋର୍ଟ ସେବା କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପାସପୋର୍ଟ ଆବେଦନ ସମ୍ବନ୍ଧୀୟ ସାକ୍ଷାତକାରଗୁଡ଼ିକୁ ରଦ୍ଦ କରାଯାଇଛି। ଯେଉଁମାନଙ୍କର ଆବେଦନ ରଦ୍ଦ ହୋଇଛି ସେମାନଙ୍କୁ ଏପ୍ରିଲ ୭ତାରିଖ ପରେ ଅନଲାଇନ ମାଧ୍ୟମରେ ପୁନଃ ଆବେଦନ କରିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

By amfnews

Related Post