Wed. Dec 25th, 2024

କରୋନା ନିୟନ୍ତ୍ରଣ ବାହାରେ ଦିଲ୍ଲୀ! ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସର୍ବଦଳୀୟ ବୈଠକ

By amfnews Nov 19, 2020
118 Views

ନୂଆଦିଲ୍ଲୀ, ନଭେମ୍ବର ୧୯ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସ ଅଧିକ ବ୍ୟାପିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ଆସିବେ । 

କରୋନା ଯୋଗୁଁ ବିଗିଡିଥିବା ଅବସ୍ଥା ଲାଗି ସମସ୍ତ ପାର୍ଟିର ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ । ଏହି ବୈଠକ ଦିଲ୍ଲୀ ସଚିବାଳୟରେ ଅନୁଷ୍ଠିତ ହେବ । ବୈଠକରେ କରୋନା ଭାଇରସରୁ ବର୍ତ୍ତିବା ଲାଗି ଆଲୋଚନା ହେବ । କେନ୍ଦ୍ର ସରକାର ପୂର୍ବରୁ ହିଁ ପଦକ୍ଷେପ ନେଇଛନ୍ତି । ୧୦୦ ଘରୋଇ ହସ୍ପିଟାଲ ରିପୋର୍ଟ ପ୍ରସ୍ତୁତ କରିବାକୁ ୧୦ଟି ଟିମ ଗଠନ କରିଛନ୍ତି । ଏହି ଟିମ ପ୍ରାଇଭେଟ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି, ତଥ୍ୟ ହାସଲ କରି ଗୃହମନ୍ତ୍ରାଳୟ ନିକଟରେ ଦାଖଲ କରିବେ । 

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ବୁଧବାର ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦିଲ୍ଲୀବାସୀଙ୍କର ଚିନ୍ତା ବଢ଼ିଛି । ଏହା ଦିଲ୍ଲୀରେ ମହାମାରୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଏହା ପୂର୍ବରୁ ନଭେମ୍ବର ୧୨ରେ ସର୍ବାଧିକ ୧୦୪ ଜଣ ଜୀବନ ହାରିଥିଲେ । ବୁଧବାର ଦିଲ୍ଲୀରେ ୭୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଦିଲ୍ଲୀରେ ଲକଡାଉନ ପୂର୍ଣ୍ଣ ସମାଧାନର ରାସ୍ତା ନୁହେଁ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀରେ ଲକଡାଉନ ଲାଗିବ ନାହିଁ । ଦିଲ୍ଲୀରୁ ନୋଏଡା ଯାଉଥିବା ଲୋକଙ୍କର ରେଣ୍ଡମ ଟେଷ୍ଟିଂ ଆରମ୍ଭ କରି ଦିଆଯାଇଛି ।

By amfnews

Related Post