Fri. Jan 24th, 2025

କରୋନା ଟୀକାକରଣ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର, ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା

By amfnews Dec 15, 2020 #Featured
136 Views

ଭୁବନେଶ୍ୱର, ଡିସେମ୍ବର 15 : କରୋନା ଟୀକାକରଣ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର ।  କରୋନା ଟୀକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ଲୋକଙ୍କୁ ଦିଆଯିବ ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କରୋନା ଟୀକାକରଣ ପାଇଁ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ । ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ପୋର୍ଟାଲରେ ପଞ୍ଜିକରଣ ହେବ । କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଗୋଟିଏ ସେଣ୍ଟରରେ 100 ରୁ 200 ଶହ ଲୋକଙ୍କୁ ଟୀକା ଦିଆଜିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । 2 ରୁ 8 ଡିଗ୍ରୀ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ରାଜ୍ୟ ସ୍ତରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଟୀକାକରଣ ପାଇଁ 3 ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । କରୋନା ଟୀକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟ କର୍ମୀ ଆବଶ୍ୟକ ସେତିକି ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି  । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିଭିକେ ମହାନ୍ତି  ।

By amfnews

Related Post