Tue. Dec 24th, 2024

କରୋନା-କୃଷି ପ୍ରସଙ୍ଗରେ ନେତନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Oct 6, 2020 #Featured
156 Views

ନୂଆଦିଲ୍ଲୀ, ଅକ୍ଟୋବର ୦୬ : କରୋନା ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ସମୟରେ ପରସ୍ପର ମଧ୍ୟରେ ସହଯୋଗ ଏବଂ ଆର୍ଥିକ ସଂପର୍କକୁ ବଢ଼ାଇବା ନେଇ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମୁଁ ନିଜର ବନ୍ଧୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହିତ ଫୋନରେ କଥା ହୋଇଛି । ଉଭୟ କୋଭିଡ-୧୯ ବିରୋଧରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛୁ । ଏଥି ସହିତ କୃଷି ଓ ନବପ୍ରବର୍ତ୍ତନ କ୍ଷେତ୍ରରେ କାମ ଉପରେ ଉଭୟ ଦେଶ ମଧ୍ୟରେ ସମୀକ୍ଷା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଉଭୟ ନେତା କୋଭିଡ-୧୯ ସଂପର୍କରେ ଦ୍ୱିପାକ୍ଷୀକ ସଂପର୍କ ନେଇ ପ୍ରଗତି, ବିଶେଷ ଭାବେ ଗବେଷଣା, ରୋଗ ଚିହ୍ନଟ କରିବା, ଯାଞ୍ଚ ଓ ଟିକା ବିକାଶିତ କରିବା ଉପରେ ସମୀକ୍ଷା ହୋଇଛି ।

ବୟାନ ଅନୁସାରେ ଉଭୟ ନେତା ମନୁଷ୍ୟ ସଭ୍ୟତାର କଲ୍ୟାଣ ଲାଗି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ନେଇ ଆଲୋଚନା ହୋଇଛି । ଏଥି ସହିତ ଜଳ, କୃଷି ଓ ନବପ୍ରବର୍ତ୍ତନ କ୍ଷେତ୍ରରେ ଉଭୟ ଦେଶ କାମ କରିବେ ।

By amfnews

Related Post