Sat. Jan 18th, 2025

କରୋନା କବଳରେ ପୁରୀଦାଣ୍ଡ, ଶ୍ରୀ ମନ୍ଦିର ସହ ଜଡ଼ିତ ୫୦ କରୋନା ଆକ୍ରାନ୍ତ ଚିହ୍ନଟ

By amfnews Apr 19, 2021 #Featured
178 Views

ପୁରୀ, ଏପ୍ରିଲ 19 : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପୁରୀରେ ଏହା ବେଲଗାମ୍ ହୋଇ ବଢିବାରେ ଲାଗିଛି । ତେବେ ଯାହା ସୁଚନା ମିଳିଛି ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏନେଇ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଚିହ୍ନଟ ହୋଇଥିବା କରୋନା ଅକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସେବାୟତ ଓ ତାଙ୍କ ପରିବାର ବର୍ଗ ସମସ୍ତ କରୋନା ପଜିଟିଭ୍ ଥିବା ବେଳେ ୧୯ ଜୋତାଷ୍ଟାଣ୍ଡ କର୍ମଚାରୀ ଓ ୯ ଶ୍ରମନ୍ଦିର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଯାହା ସୁଚନା ମିଳିଛି ନିକଟରେ ହୋଇଥିବା କୁମ୍ଭମେଳାରେ ପୁରୀରୁ ମୋଟ ୧୭ ଜଣ ଯାଇଥିଲେ । ଯାହାଫଳରେ  ସେମାନଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ୨ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ୧୩ ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ଏହାଛଡ଼ା ଆହୂରୀ ୨ଜଣ ମଧ୍ୟ ଏପର୍ଯ୍ୟନ୍ତ କୋଭିଡ଼୍ ଟେଷ୍ଟ କରିନାହାନ୍ତି । 

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ନେଇ ନୂଆ ଏସଓପି ଜାରି କରିଥିଲା ପ୍ରଶାସନ । ଆଜିଠୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟକାମୂଳକ କରାଯାଇଛି । ଚାରି ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଥିବା ଆବଶ୍ୟକ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକାଠ ବଦଳରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ 

By amfnews

Related Post