Sat. Nov 23rd, 2024

କରୋନା କଟକଣା ମଧ୍ୟରେ ନବରାତ୍ର ଆରମ୍ଭ, ବାରାଣସୀ ଦୁର୍ଗା ମନ୍ଦିରରେ ପୂଜା କଲେ ଶ୍ରଦ୍ଧାଳୁ

By amfnews Apr 13, 2021 #Featured
161 Views

ନୂଆଦିଲ୍ଲୀ, ଏପ୍ରିଲ ୧୩ : କରୋନା ଭାଇରସ ସମଗ୍ର ଦେଶବାସୀଙ୍କର ଚିନ୍ତା ବଢ଼ାଇ ଥିବା ବେଳେ ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହୋଇଯାଇଛି । କୋଭିଡ-୧୯ ମାର୍ଗଦର୍ଶିକାକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି । କିଛି ସ୍ଥାନରେ ସୀମତି ପୂଜକ ଓ ଶ୍ରଦ୍ଧାଳୁଙ୍କୁ ନେଇ ମା’ଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନେକ ସ୍ଥାନରେ ଭକ୍ତଙ୍କୁ ବାରଣ ହୋଇଛି । 

ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଦୁର୍ଗା ମନ୍ଦିରରେ ନବରାତ୍ରର ପ୍ରଥମ ଦିନ ଅବସରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଜଣେ ପୂଜାରୀ କହିଛନ୍ତି ଯେ, ମା’ଙ୍କ ନବରାତ୍ର ପୂଜାର୍ଚ୍ଚନା ୯ ଦିନ ଯାଏଁ ଚାଲିବ । ମା’ଙ୍କୁ ଆରାଧନା କରିବା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହୋଇଥାଏ । କରୋନା ନିୟମକୁ ପାଳନ କରାଯାଇଥିବା ସେ କହିଛନ୍ତି ।

ସେହିପରି ଦିଲ୍ଲୀରେ ନବରାତ୍ରର ପ୍ରଥମ ଦିନ ଅବସରରେ ମନ୍ଦିରରେ ଭକ୍ତମାନେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଝଣ୍ଡେୱାଲାନ ମନ୍ଦିରର ପୂଜକ ଓ ସେମାନଙ୍କର ପରିବାର ଲୋକେ ପୂଜାର୍ଚ୍ଚନା କରିଛନ୍ତି । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରଖାଯାଇଛି ।

By amfnews

Related Post