Thu. Dec 26th, 2024

କରୋନା କଟକଣା ମଧ୍ୟରେ ଜାନୁଆରୀ ୨୧ରୁ ଆରମ୍ଭ ହେବ ତୋଷାଳି ମେଳା

By amfnews Jan 14, 2021 #Featured
226 Views

ଭୁବନେଶ୍ୱର, ଜାନୁଆରୀ ୧୪ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ମେଳାକୁ ପୂର୍ବରୁ ବାରଣ କରାଯାଇଥିବା ବେଳେ ବର୍ତମାନ ସଂକ୍ରମଣ ହ୍ରାସକୁ ଦେଖି ଧିରେ ଧିରେ ମେଳା ଗୁଡିକୁ ଅନୁମତି ଦିଆଯାଉଛି।

ତେବେ ଚଳିତ ବର୍ଷ ଶିଶିର ଶରଷକୁ ଅନୁମତି ମିଳିନଥିବା ବେଳେ ବର୍ତମାନ କରୋନା କଟକଣା ମଧ୍ୟରେ ତୋଷାଳି ମେଳାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । 

ଚଳିତ ବର୍ଷ ଆସନ୍ତା ଜାନୁଆରୀ ୨୧ରୁ ଆରମ୍ଭ ହେବ ତୋଷାଳି ମେଳା । ସବୁ ବର୍ଷ ଭଳି ଚଳିତ ବର୍ଷ ବି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଟିତ ହେବ ଏହି ତୋଷାଳି ମେଳା । ତେବେ ଚଳିତ ବର୍ଷ ପଞ୍ଚଦଶ ତୋଷାଳି ମେଳା ଜାନୁଆରୀ ୨୧ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଚାଲିବ ।

ସମସ୍ତ କରୋନା କଟକଣାକୁ ଅନୁପାଳନ କରି ଚଳିତ ବର୍ଷ ତୋଷାଳି ମେଳା ଆରମ୍ଭ ହେବ । ମାସ୍କ, ସାମାଜିକ ଦୂରତା ଏଭଳି ନିୟମ ସହିତ ସମସ୍ତ କୋଭିଡ୍ ଗାଇଡଲାଇନ୍ସ କୁ କଡାକଡି ଭାବରେ ପାଳନ କରିବାକୁ ମେଳା ଆୟୋଜକଙ୍କଚ ନିର୍ଦ୍ଦେଶ ଦିଆଯାଇଛି ।

ଗତବର୍ଷ ୪୫୦ଟି ଷ୍ଟଲ ଥିବା ବେଳେ ଚଳିତବର୍ଷ କୋଭିଡ୍ ନିୟମକୁ ଆଖିରେ ରଖି ସମୁଦାୟ ୨୫୦ଟି ଷ୍ଟଲ୍ କରାଯାଉଛି ବୋଲି ସୂଚନା ରହିଛି । 

ତେବେ ତୋଷାଳି ମେଳା ଆୟୋଜନ ପାଇଁ ଉନ୍ନୟନ କମିଶନର ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମନ୍ୱିତ ବୈଠକ ବସିଥିଲା ଯେଉଁଥିରେ କରୋନା କଟକଣା ମଧ୍ୟରେ ତୋଷାଳି ମେଳା ଆୟୋଜନକୁ ଅନୁମତି ମିଳିବା ସହିତ ସ୍ୱତନ୍ତ୍ର ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି ।

By amfnews

Related Post