Tue. Dec 24th, 2024

କରୋନା କଟକଣା ନିୟମ ପାଳନ କରି ୨୫ରୁ ଖୋଲିବ ମଥୁରାର ବାଙ୍କେ ବିହାରୀ ମନ୍ଦିର

By amfnews Oct 24, 2020 #Featured
155 Views

ମଥୁରା, ଅକ୍ଟୋବର ୨୪ : କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଦେଶ ଅନଲକ ହୋଇଛି । ଏହାରି ମଧ୍ୟରେ ଆର୍ଥିକ ସଂସ୍ଥା ଗୁଡ଼ିକ ଖୋଲିଯାଇଥିବା ବେଳେ ଦେଶର ବିଭିନ୍ନ ପ୍ରସିଦ୍ଧ ଧର୍ମାନୁଷ୍ଠାନ ଗୁଡ଼ିକ କୋଭିଡ କଟକଣା ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଦିଆଯାଉଛି। ଉତ୍ତର ପ୍ରଦେଶର ମଥୁରାସ୍ଥିତ ବାଙ୍କେ ବିହାରୀ ମନ୍ଦିର ମଧ୍ୟ ଆସନ୍ତା ୨୫ ତାରିଖଠାରୁ ଖୋଲିବାକୁ ଯାଉଛି । କିନ୍ତୁ ମନ୍ଦିର ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନଲାଇନ ମାଧ୍ୟମରେ ଟିକେଟ ମିଳିପାରିବ । ବାଙ୍କେ ବିହାରୀ ମନ୍ଦିର ପ୍ରଶାସନର ପରିଚାଳକ ମନୀଷ ଶର୍ମା କହିଛନ୍ତି, ଲୋକଙ୍କ ସୁରକ୍ଷାକୁ ଓ କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ଆମେ ସାମାଜିକ ଦୂରତା ରକ୍ଷା କରି ୨୫ ତାରିଖ ଠାରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ପ୍ରବେଶ ଦେବୁ ।

ସୂଚନାଯୋଗ୍ୟ ଉତ୍ତର ପ୍ରଦେଶ ସରକାର ପୂର୍ବରୁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଖୋଲିଛନ୍ତି । ସେହିଭଳି ପର୍ଯ୍ୟଟଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ତାଜମହଲ ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲିଛି । ପ୍ରତିଦିନ ସୀମିତ ପର୍ଯ୍ୟଟକଙ୍କୁ ତାଜମହଲକୁ ପ୍ରବେଶ ଦିଆଯାଉଛି । ସେହିପରି ଦେଶର ଅନ୍ୟତମ ପ୍ରସିଦ୍ଧ କିଛି ମନ୍ଦିର ଗୁଡ଼ିକ ମଧ୍ୟ କୋଭିଡ-୧୯ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଖୋଲାଯାଇଛି ।

By amfnews

Related Post