114 Views
ନୂଆଦିଲ୍ଲୀ : କରୋନା ଚିନ୍ତା ମଧ୍ୟରେ ମହିଳାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ଆସିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ପୁରୁଷ। ଅନ୍ୟପକ୍ଷରେ ୨୪% ମହିଳା ବୋଲି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।
ଏହି ଅବସରରେ ଲବ ଅଗ୍ରୱାଲ କହିଛନ୍ତି, ୬୩% ରୋଗୀ ୬୦ ବର୍ଷ ବା ଏହାଠାରୁ ଊର୍ଦ୍ଧ୍ୱ ବୟସ ବର୍ଗର। ଅନ୍ୟପକ୍ଷରେ ୪୭% ଆକ୍ରାନ୍ତ ୪୦ ବର୍ଷରୁ କମ୍ ବୟସର। ସେ କହିଥିଲେ, ଯଦିଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯଦିଓ କରୋନା ବିପଦ, କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଯୁବକମାନଙ୍କୁ ମଧ୍ୟ ସଚେତନ ହେବାକୁ ପଡ଼ିବ।ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୬୯୩ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ ପହଞ୍ଚିଯାଇଛି।