Sat. Mar 7th, 2026

କରୋନାରେ ପଦ୍ମଶ୍ରୀ ବିଜେତାଙ୍କ ମୃତ୍ୟୁ

383 Views

ନୂଆଦିଲ୍ଲୀ  : ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ହଜୁରୀ ରାଗି ତଥା ପଦ୍ମଶ୍ରୀ ବିଜେତା ଗୁରୁବାର ସକାଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୨ ବର୍ଷୀୟ ‘ଗୁରୁବାଣୀ’(ଶିଖ ଗୁରୁ) ଜଣଙ୍କ ନିକଟରେ ବିଦେଶରୁ ଫେରିଥିଲେ। ଏହାପରେ ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା। ଶେଷରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା।

ପରୀକ୍ଷା ପରେ ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସରକାରୀ ମେଡିକାଲ କଲେଜ ପ୍ରିନ୍ସିପାଲ ସୁଜାତା ସିଂହ କହିଛନ୍ତି, ଗୁରୁବାଣୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ବୁଧବାର ସନ୍ଧ୍ୟାରେ ତାଙ୍କ ଶରୀର ଅଧିକ ଖରାପ ହେବା ଆରମ୍ଭ ହୋଇଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ଶେଷରେ ଗୁରୁବାର ୪.୩୦ରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗୁରୁ ନାନକ ଦେବ ହସ୍ପିଟାଲରେ ମାର୍ଚ୍ଚ ୩୦ରୁ ଚିକିତ୍ସିତ ହେଉଥିଲେ।

By amfnews

Related Post