Sat. Nov 23rd, 2024

କରୋନାରେ ଆରଏଲଡି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚୌଧୁରୀ ଅଜିତ ସିଂହଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଶୋକ

By amfnews May 6, 2021 #Featured
141 Views

ଉତ୍ତରପ୍ରଦେଶ, ମେ ୦୬ :

କରୋନାରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ଅଜିତ ସିଂହ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

କରୋନା ସଂକ୍ରମିତ ହେବା ପରେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ଫୁସଫୁସ ସଂକ୍ରମଣ ଯୋଗୁ ମଙ୍ଗଳବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଥିଲେ ସ୍ବର୍ଗତ ଅଜିତ ସିଂହ ।

ସୂଚନାଯୋଗ୍ୟ, ଆରଏଲଡି ଦଳର ପ୍ରତିଷ୍ଠାତା ଥିଲେ ଅଜିତ ସିଂହ । ଉତ୍ତରପ୍ରଦେଶ ବାଘପତରୁ ସାତ ଥର ସାଂସଦ ଥିଲେ । କେନ୍ଦ୍ରରେ କୃଷି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଜିତ ସିଂହ ରହିଥିଲେ । ୟୁପିଏ, ଏନଡିଏ ମେଣ୍ଟରେ ତାଙ୍କ ଦଳ ବିଭିନ୍ନ ସମୟରେ ରହିଛି ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

By amfnews

Related Post