Tue. Dec 24th, 2024

କରୋନାରୁ ସୁସ୍ଥ ହେବା ପରେ ଡେଙ୍ଗୁରେ ପୀଡ଼ିତ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

By amfnews Sep 25, 2020 #Featured
186 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ରାଜଧାନୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରୁ ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇଛି । ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି । ମନୀଷ ସିସୋଦିଆ ପୂର୍ବରୁ କରୋନା ପଜିଟିଚ ଚିହ୍ନଟ ହୋଇଥିଲେ । କିନ୍ତୁ ସେ ଏବେ ଡେଙ୍ଗୁରେ ପୀଡ଼ିତ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜ୍ୱର ଓ ଅମ୍ଲଜାନ ସ୍ତର କମ ହେବା କାରଣରୁ ତାଙ୍କୁ ଗତ ୨୩ ତାରିଖରେ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅନୁସାରେ ସିସୋଦିଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏକ ଡାକ୍ତରୀ ଟିମ ସିସୋଦିଆଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି । ଏହା ପୂର୍ବରୁ ଏଲଏନଜେପିର ନିର୍ଦ୍ଦେଶକ ଡ. ସୁରେଶ କୁମାର ଗଣମାଧ୍ୟମକୁ କହିଛନ୍ତି ତାଙ୍କୁ ଜ୍ୱର ହୋଇଛି ।

ଗତ ୧୩ ତାରିଖରେ ମଧ୍ୟ ସିସୋଦିଆଙ୍କୁ ଜ୍ୱର ହୋଇଥିଲା । କରୋନା ନମୁନା ପରୀକ୍ଷାରୁ ସେ ପଜିଟିଭ ଥିବା ଜଣାପଡ଼ିଥିଲେ । ସେ ଟୁଇଟ କରି ଏହି ସୂଚନା ଦେଇଥିଲେ । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ଯେତେବେଳେ ହୋମ ଆଇସୋଲେସନରେ ଥିଲେ ସକ୍ରିୟ ହୋଇ ନିଜ କାମ କରୁଥିଲେ ।

By amfnews

Related Post