Wed. Dec 25th, 2024

କରୋନାରୁ ମୁକ୍ତି ପାଇଁ ଦିନକୁ ୫ ଥର ପାଠ କରନ୍ତୁ ହନୁମାନ ଚାଲିସା: ସାଂସଦ ପ୍ରଜ୍ଞା ସିଂହ ଠାକୁର

By amfnews Jul 26, 2020 #Featured
219 Views

ଭୋପାଳ, ଜୁଲାଇ ୨୬ : କରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ସାଂସଦ ପ୍ରଜ୍ଞା ସିଂହ ଠାକୁର ଏକ ଅଦ୍ଭୁତ ପରାମର୍ଶ ଦେଇଛନ୍ତି । ସାଂସଦ କହିଛନ୍ତି, ହନୁମାନ ଚାଲିସା ପାଠ କଲେ କରୋନା ଭାଇରସ ଶେଷ ହୋଇପାରେ ।

ସୂଚନାଯୋଗ୍ୟ, ପ୍ରଜ୍ଞା ସିଂହ ଠାକୁର ଭୋପାଳରୁ ସାଂସଦ ଅଛନ୍ତି । ସେ ହନୁମାନ ଚାଲିସା ପାଠ କରିବା ପାଇଁ ଅପିଲ କରିଛନ୍ତି । ପ୍ରଜ୍ଞା ଏକ ଟୁଇଟରେ କହିଛନ୍ତି, ଆସନ୍ତୁ ଆମେ ଆଜିଠାରୁ (ଜୁଲାଇ ୨୫) ଆଗାମୀ ଅଗଷ୍ଟ ୫ ତାରିଖ ଯାଏଁ ପ୍ରତିଦିନ ସନ୍ଧ୍ୟା ୭ଟା ଯାଏଁ ହନୁମାନ ଚାଲିସା ପାଠ କରିବା । ଅଗଷ୍ଟ ୫ରେ ରାମଲଲାଙ୍କ ଆରତୀ ଘରେ ଜଳାନ୍ତୁ । କାରଣ ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ସମାରୋହ ହେବ ।

By amfnews

Related Post