Sat. Mar 7th, 2026

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଇନ୍ଧନ ଚାହିଦା କମିଯିବାରୁ ପେଟ୍ରୋଲ୍‌, ଡିଜେଲ ମୂଲ୍ୟ ହ୍ରାସ

291 Views

ନୂଆଦିଲ୍ଲୀ: ଚୀନ୍‌ରେ କରୋନାଭାଇରସ୍‌ ବ୍ୟାପୀଥିବା କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଚାପଗ୍ରସ୍ତ ହୋଇଛି। ଫଳରେ ଲଗାତାର ୫ମ ଦିନ ଅର୍ଥାତ୍‌ ସୋମବାର ଦିନ ମଧ୍ୟ ଭାରତରେ ଇନ୍ଧନ ମୂଲ୍ୟ ହ୍ରାସ ପାଇଛି। ଦେଶର ସମସ୍ତ ପ୍ରମୁଖ ସହରରେ ଲିଟରପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ର ମୂଲ୍ୟ ଯଥାକ୍ରମେ ୬ ଓ ୫ ପଇସା କମିଛି।

ଦର ହ୍ରାସ ପରେ ଏବେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ମୂଲ୍ୟ ୭୩. ୦୪ ପଇସା, ମୁମ୍ବାଇରେ ଲିଟର ପିଛା ମୂଲ୍ୟ ୭୮. ୬୯, କୋଲକାତାରେ ଲିଟର ପିଛା ମୂଲ୍ୟ ୭୫. ୭୧ ଏବଂ ଚେନ୍ନାଇରେ ଲିଟର ପିଛା ମୂଲ୍ୟ ୭୫. ୮୯ ପଇସା।

ସେହିଭଳି ଦିଲ୍ଲୀରେ ଲିଟର ପିଛା ଡିଜେଲର ମୂଲ୍ୟ ୬୬. ୦୯, ମୁମ୍ବାଇରେ ଲିଟର ପିଛା ଡିଜେଲର ମୂଲ୍ୟ ୬୯. ୨୭, କୋଲକାତାରେ ଲିଟର ପିଛା ଡିଜେଲର ମୂଲ୍ୟ ୬୮. ୪୯ ଏବଂ ଚେନ୍ନାଇରେ ଲିଟର ପିଛା ଡିଜେଲର ମୂଲ୍ୟ ୬୯. ୮୧ ରହିଥିବା କଥା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ େଓ୍ଵବ୍‌ସାଇଟ୍‌ରୁ ଜଣାପଡ଼ିଛି।

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଚୀନ୍‌କୁ ବିମାନ ଚଳାଚଳ ନିଷେଧ କରାଯାଇଥିବା ଦୃଷ୍ଟିରୁ ଆସନ୍ତା ସପ୍ତାହରେ ମଧ୍ୟ ଇନ୍ଧନର ଚାହିଦା କମ୍‌ ରହିବ ବୋଲି ଅନୁମାନ କରାଯାଉଛି।

By amfnews

Related Post