Sat. Mar 7th, 2026

କରୋନା ଭାଇରସ୍‌ରେ ସ୍ପେନ୍‌ ରାଜକୁମାରୀଙ୍କ ମୃତ୍ୟୁ

339 Views

ୱାସିଂଟନ୍‌ : ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି। ପ୍ରଥମ ରାଜପରିବାରର ସଦସ୍ୟ ଭାବେ ମାରିଆ ଟେରେସା କରୋନାରେ ପ୍ରାଣ ହରାଇଛନ୍ତି। ଏହି ୮୬ ବର୍ଷୀୟା ରାଜକୁମାରୀ ଫ୍ରାନ୍ସରେ ଅଧ୍ୟୟନ କରିଥିଲେ ଏବଂ ସେ ମାଦ୍ରିଦ୍‌ ୟୁନିଭର୍ସିଟିରେ ଜଣେ ପ୍ରଫେସର ଥିଲେ।

ଜର୍ମାନ୍‌ ଅର୍ଥମନ୍ତ୍ରୀଙ୍କ ଆତ୍ମହତ୍ୟା

ଫ୍ରାଙ୍କଫର୍ଟ‌୍ : କରୋନା ଭାଇରସ୍‌ ପାଇଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇ ଥିବାରୁ ଜର୍ମାନୀର ଏକ ରାଜ୍ୟର ଜଣେ ଅର୍ଥମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଜର୍ମାନୀ ହେଂ‌ସେ ଷ୍ଟେଟ୍‌ର ଅର୍ଥ ମନ୍ତ୍ରୀ ଥୋମାସ୍‌ ସେଫର କରୋନାକୁ ନେଇ ଗଭୀର ଭାବେ ଚିନ୍ତା ପ୍ରକଟ କରିଥିଲେ। କରୋନା ଭାଇରସ୍‌ ପାଇଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ସେ ଅବସାଦରେ ଥିଲେ ଏବଂ ଶେଷ‌ରେ ଆତ୍ମହତ୍ୟା କରିଦେଲେ। ୫୪ ବର୍ଷୀୟ ଏହି ଅର୍ଥମନ୍ତ୍ରୀଙ୍କ ମୃତଦେହ ଏକ ରେଳ ଟ୍ରାକ୍‌ ନିକଟରୁ ମିଳିଛି। ଜର୍ମାନୀ ସରକାରଙ୍କ ଦ୍ବାରା ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରାଯାଇଛି।

By amfnews

Related Post