ନୂଆଦିଲ୍ଲୀ : କିଲର କରୋନା ଭାଇରସକୁ ନେଇ ସାରା ଦେଶରେ ଏବେ ହଇଚଇ। ମହାମାରୀ ଭାବେ ଘୋଷିତ ହୋଇଥିବା ଏହି ଭାଇରସ ଉପରେ ରୋକ୍ ଲଗାଇବା ପାଇଁ ଅନେକ ଗବେଷଣା ଚାଲିଛି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି।
ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଔଷଧ କମ୍ପାନୀର ଗବେଷକମାନେ ଯୋଗ ଦେଇଥିଲେ। ଏହାପରେ ଏଚଆଇଭି ଔଷଧ ଷ୍ଟକ୍ ବଢାଇବା ପାଇଁ ଏସବୁ କମ୍ପାନୀକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। Lopinavir ଓ Ritonavir ଆଣ୍ଟି ରେଟ୍ରୋଭାଇରାଲ ଔଷଧ। ଏହା ଏଚଆଇଭିକୁ ପ୍ରତିରୋଧ କରିବା ସହ ଏଚଆଇଭି ଭୂତାଣୁରୁ ରକ୍ଷା କରେ।
ଇଣ୍ଡିଆନ କାଉନ୍ସିଲ୍ ଅଫ ମେଡିକାଲ ରିସର୍ଚ୍ଚର ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ସହମତି କ୍ରମେ ଏହି ଦୁଇ ଔଷଧ ଦ୍ୱାରା ସେମାନଙ୍କର ଚିକିତ୍ସା କରାଯାଇଥିଲା ଏବଂ ଏହାର ଲାଭ ମଧ୍ୟ ମିଳିଛି। ପ୍ରାୟ ୧୪ ଦିନ ପରେ ସେମାନେ ସୁସ୍ଥ ହୋଇଥିଲେ। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ମଧ୍ୟ Covid-19 ର ଚିକିତ୍ସା ପାଇଁ ଆଣ୍ଟି ଏଚଆଇଭି ଔଷଧ ବ୍ୟବହାର କରିବାକୁ ଅନୁମତି ଦେଇଛି।