Sun. Nov 24th, 2024

କରତାପୁରରେ ଆଗକୁ ବଢିବା ପାଇଁ ଭାରତୀୟ ଅଧିକାରଙ୍କୁ ଡାକିଲା ପାକିସ୍ତାନ

By amfnews Jan 22, 2019 #Featured
269 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ପାକିସ୍ତାନ ସୋମବାର ଭାରତୀୟ ପ୍ରତିନିଧିମଣ୍ଡଳକୁ ଇସଲାମାବାଦ ଆସିବାକୁ ଆମନ୍ତ୍ରିତ କରିଛି। ଯଦ୍ଵାରା କରତାପୁର ରାଜିନାମାକୁ ଅନ୍ତିମ ରୂପ ଦିଆଯାଇ ପାରିବ। ଦୁଇ ମାସ ପୁର୍ବେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଉଭୟ କରିଡରର  ଭିତ୍ତିପ୍ରସ୍ତର ରଖିଥିଲେ । ଏହି କରିଡରର ଶିଖଙ୍କ ପବିତ୍ର ସ୍ଥଳ ଗୁରୁଦ୍ୱାରା ଦରବାର ସାହେବ କରତାରପୁରକୁ ଭାରତର ଡେରା ବାବା ନାନକ ସହିତ ସଂଯୋଗ କରୁଛି।

ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ପାକିସ୍ତାନ ଶିଖ୍ ଯାତ୍ରୀଙ୍କ ପାଇଁ ରାଜିନାମାର ଡ୍ରାଫ୍ଟକୁ ଉଭୟ ସରକାରଙ୍କ ମଧ୍ୟରେ ଅବଗତ କରାଯାଇଛି।  ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ଯେ, ୨୦୧୯ ନଭେମ୍ବରରେ ବାବା ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦ୍ୱାରା କରତାରପୁର କରିଡରକୁ ଖୋଲିବାରେ ପ୍ରତିବଦ୍ଧତା ସହିତ ପାକିସ୍ତାନ ଚୁକ୍ତି ପତ୍ରକୁ ପାକିସ୍ତାନ ଓ ଭାରତ ସହିତ ଭାଗ କରିଛି ।  ଯାହା ଦ୍ୱାରା ଶିଖ୍ ଯାତ୍ରୀଙ୍କୁ କରତାରପୁରର ନାରୋୱାଲ ସ୍ଥିତ ଦରବାର ସାହିବର ଯାତ୍ରା ଭାରତରେ ସ୍ଥିତ ପାକିସ୍ତାନୀ ଉଚ୍ଚ କମିଶନ ଜରିଆରେ କରାଯାଇ ପାରିବ।

ମନ୍ତ୍ରଣାଳୟ କହିଛନ୍ତି, ‘ ପାକିସ୍ଥାନ ନିଜ ତରଫରୁ ଡ୍ରାଫ୍ଟକୁ ଅନ୍ତିମ ରୂପ ଦେବା ପାଇଁ  ଦକ୍ଷିଣ ଏସିଆ ଓ ସାର୍କର ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ରୀୟ ବ୍ୟକ୍ତି ଭାବେ ନିଯୁକ୍ତ କରିଛନ୍ତି । ପାକିସ୍ତାନ ଭାରତୀୟ ସରକାରଙ୍କୁ ନିଜର ଏକ ପ୍ରତିନିଧିମଣ୍ଡଳକୁ ତୁରନ୍ତ ଇସଲାମାବାଦ କଥାବାର୍ତା ହେବା ପାଇଁ ଓ ଡ୍ରାଫ୍ଟକୁ ଚୂଡାନ୍ତ କରିବା ପାଇଁ ପଠାଇବାକୁ କହିଛନ୍ତି’ । ମାତ୍ର ବୈଦେଶିକ ମନ୍ତ୍ରଣାଳୟର କହିବାନୁସାରେ ତାଙ୍କ ପାଖକୁ ପାକିସ୍ତାନ ପକ୍ଷରୁ  ଆନୁଷ୍ଠାନିକ ଭାବେ କୌଣସି   ପ୍ରସ୍ତାବ ଆସିନାହିଁ।  ପାକିସ୍ତାନର ପ୍ରସ୍ତାବ ଅନୁସାରେ ଇସଲାମାବାଦ ଭାରତୀୟ ଶିଖଙ୍କୁ ୧୫-୧୫ ସଦସ୍ୟଙ୍କ ସମୂହରେ କରିଡରରୁ ଯିବା ପାଇଁ ଅନୁମତି ଦିଆଯାଇଛି । ପଡୋଶୀ ଦେଶର କହିବାନୁସାରେ ସେ ଗୋଟେ ଦିନରେ ୫୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଯିବା ପାଇଁ ଅନୁମତି ଦେବେ ନାହିଁ ।

ଏହା ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୃହମନ୍ତ୍ରୀ ରାଜନାଥ ସିଂ ଠାରୁ କରତାରପୁର ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାସପୋର୍ଟ  ସର୍ତକୁ ଶେଷ କରିବା ପାଇଁ ଦାବି କରିଛନ୍ତି । କ୍ୟାପଟେନ୍ କରିଡରର ଆଖପାଖରେ ତିଆରି ହେଉଥିବା ଯୋଜନା ଓ ସଡକ ଗୁଡିକୁ ଶୀଘ୍ର ଅନ୍ତିମ ରୂପ ଦେବା ପାଇଁ ମୋଦୀ ସରକାରଙ୍କ ଠାରୁ ଅତ୍ୟାଗ୍ରହ କରୁଛନ୍ତି । ବିନା କୌଣସି ବିଳମ୍ବରେ ଏହି ଐତିହାସିକ କରିଡରକୁ ସମ୍ପାଦନ କରିବାକୁ  ଜମି ଅଧିଗ୍ରହଣର ପ୍ରକ୍ରିୟା ଆରମ୍ଭ କରିହେବ ।

By amfnews

Related Post