260 Views

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ନିଜ ଚାଟ୍ ସୋ’ କଫି ଉଇଥ୍ କରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋ’ର ଷଷ୍ଠ ସିଜିନ୍ ଚାଲିଥିବା ବେଳେ ଅତିଥି ହିସାବରେ ପହଞ୍ଚିଥିଲେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ବିକି କୌଶଲ । ଦୁଇ ଜଣ ନିଜ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରାଜ୍ ଖୋଲିଥିଲେ । ସୋ’ ଚାଲୁଥିବା ବେଳେ ବିକି ଏବଂ ଆୟୁଷ୍ମାନଙ୍କ ସହ କରଣଙ୍କ ଏକ ରାଜ୍ ମଧ୍ୟ ଖୋଲିଥିଲା । କରଣ ଜୋହରଙ୍କ ଅସଲ ନାମ କ’ଣ ତାହା ଜଣା ପଡ଼ିଥିଲା ।
କରଣଙ୍କ କହିବା ଅନୁଯାୟୀ,ମୁଁ ଜନ୍ମ ହେବା ପରେ ମୋର ନାମ ରାହୁଲ କୁମାର ଜୋହର ଥିଲା । ଜନ୍ମପତ୍ରୀରେ ଏବେ ମଧ୍ୟ ମୋ ନାମ ରାହୁଲ ରହିଛି । କିନ୍ତୁ ଜନ୍ମ ହେବାର ୧୨ଦିନ ଦିନ ପରେ ମୋ ନାମ ରାହୁଲରୁ କରଣ ହୋଇ ଯାଇଥିଲା । କିନ୍ତୁ ଏବେ ବି ମୁଁ କରଣ କୁମାର ଜୋହର ହିଁ ଲେଖୁଛି ।
ତେବେ ଆପଣମାନେ ତ ଜାଣିଥିବେ, କରଣଙ୍କ ଅସଲ ନାମ ରାହୁଲ,ଶାହାରୁଖ୍ଙ୍କୁ ‘କୁଛ୍ କୁଛ୍ ହୋତା ହେ’ ଫିଲ୍ମରେ ମିଳିଥିଲା । ଯାହା ପରେ ‘ରାହୁଲ,ନାମ ତୋ ସୁନା ହି ହୋଗା’ ଡ଼ାଏଲଗ୍ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।