148 Views
ଲକ୍ଷ୍ନୌ : ଗତକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମ୍ଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯିବା ଘଟଣାରେ ୩ଜଣଙ୍କୁ ଅଟକ ରଖିଥିଲା ଆତଙ୍କବାଦୀ ବିରୋଧି ସ୍କ୍ଵାଡ(ଏଟିଏସ୍) । ସୁରଟ୍ ପୁଲିସ ଓ ଗୁଜୁୁରାଟ ଏଟିଏସ୍ ଟିମ୍ ମିଳିତ ଭାବରେ ୩ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ୩ଜଣଙ୍କୁ ଅଟକ ରଖାଯାଇ ଘଟଣା ବିଷୟରେ ପଚରାଉଚରା ଆରମ୍ଭ କରାଯାଇଥିବା ବେଳେ ଏବେ ୩ଜଣଙ୍କୁ ପୁଲିସ ଗିରଫ କରି ନେଇଥିବା ସୂଚନା ମିଳୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶମ୍ମି ପଠାନ, ଫୈଜନ ପଠାନ ଓ ମୌଲବୀ ମୋଶିନ୍ ଶେଖ୍ ।
