190 Views
ଓଡ଼ିଶା,ଡିସେମ୍ବର 19 : ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ଜେରା କରୁଥିବା ବେଳେ ଆକାଶ ବିଭିନ୍ନ ଦିଗ ଉପରେ ସତ ମାନିଥିବା ଜଣାପଡିଛି । ଆକାଶ ଟାଟା ମୋଟର୍ସର ଏମଡି ନଥିବା ପ୍ରକାଶ କରିଛନ୍ତି । ଚାର୍ଟର୍ ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏକିଙ୍ଗ୍ ପକ୍ଷରୁ ହୋଇଥିବା ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ଜେରା ସମୟରେ ଠକେଇର ବିଭିନ୍ନ ତରିକା ସମ୍ପର୍କରେ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି । ଏପରିକି ତାଙ୍କର କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି ।
ଆକାଶ ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଇ ସ୍କାଏକିଙ୍ଗ୍ ଟ୍ରାଭେଲ୍ସ ଏଜେନ୍ସିରୁ ଚାର୍ଟର୍ ବିମାନ ବୁକିଂ କରିଥିଲେ । ବିମାନ ଭଡ଼ା ପ୍ରାୟ ୨ କୋଟି ୭୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ୨ କୋଟି ୧୩ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଛି । ବାକି ୬୫ ଲକ୍ଷ ଟଙ୍କା ଦେଇ ନଥିଲେ ଆକାଶ । ଟଙ୍କା ମାଗିଲେ ଧମକଚମକ ଦେଉଥିଲେ ।