Sat. Mar 7th, 2026

କମଲେଶ ତିଓ୍ଵାରୀଙ୍କ ହତ୍ୟାକୁ ନେଇ ଏହି ବୟାନ ଦେଲେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା

273 Views

ସେ ଟୁଇଟ କରି କହିଛନ୍ତି ‘କମଲେଶ ତିଓ୍ଵାରୀଜୀଙ୍କ ନିର୍ମମ ହତ୍ୟା ଦେଶ ଧର୍ମ ହିନ୍ଦୁତ୍ବ ପାଇଁ ବଡ଼ ଆଘାତ । ରାଷ୍ଟ୍ର,ଧର୍ମର ନିର୍ବାହ କରୁଥିବା ଲୋକମାନଙ୍କ ମଧ୍ୟରୁ ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ। ତାଙ୍କର ଚେତନା ସର୍ବଦା ହିନ୍ଦୁମାନଙ୍କ ଭିତରେ ଚୈତନ୍ୟତା ଆଣିବ। ମାତା ଭାରତୀଙ୍କ ପୁତ୍ର, ଆପଣଙ୍କୁ ଶତଶତ ପ୍ରଣାମ।’

ସୂଚନାଯୋଗ୍ୟ, କମଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯିବା ଘଟଣାରେ ୩ଜଣଙ୍କୁ ଅଟକ ରଖିଥିଲା ଆତଙ୍କବାଦୀ ବିରୋଧି ସ୍କ୍ଵାଡ(ଏଟିଏସ୍) । ସୁରଟ୍ ପୁଲିସ ଓ ଗୁଜୁରାଟ ଏଟିଏସ୍ ଟିମ୍ ମିଳିତ ଭାବରେ ୩ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ୩ଜଣଙ୍କୁ ଅଟକ ରଖାଯାଇ ଘଟଣା ବିଷୟରେ ପଚରାଉଚରା ଆରମ୍ଭ କରାଯାଇଥିବା ବେଳେ ଏବେ ୩ଜଣଙ୍କୁ ପୁଲିସ ଗିରଫ କରି ନେଇଥିବା ସୂଚନା ମିଳୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶମ୍ମି ପଠାନ, ଫୈଜନ ପଠାନ ଓ ମୌଲବୀ ମୋଶିନ୍ ଶେଖ୍ ।

By amfnews

Related Post