158 Views
ରାଉରକେଲା, ୨୮ା୧୦ : ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କ ପିତା ତଥା ପ୍ରାକ୍ତନ ଆର୍ଏସ୍ପି କର୍ମଚାରୀ ଭଜ କୃଷ୍ଣ ରାଉତ ୮୦ ବର୍ଷ ବୟସରେ ହମିରପୁରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶୁକ୍ରବାର ରାତିରେ ହୃଦ୍ଘାତ ହେବାରୁ ତାଙ୍କୁ ତୁରନ୍ତ ଆଇଜିଏଚ୍ ନିଆଯାଇଥିଲା । ସ୍ୱର୍ଗତ ରାଉତ ଜଣେ ମେଳାପୀ ଓ ନମ୍ର ସ୍ୱଭାର ବ୍ୟକ୍ତି ଥିଲେ ।
ତାଙ୍କ ବିୟୋଗରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ରାଉତ ଅନ୍ତ୍ୟେଷ୍ଟିକ୍ରିୟା ବେଦବ୍ୟାସ ଠାରେ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର କୁଞ୍ଜବିହାରୀ ରାଉତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି ।