Sat. Mar 7th, 2026

କନ୍ଧମାଳ: ବିବାହିତ ନାବାଳକ-ନାବାଳିକା ଉଦ୍ଧାର

411 Views

ଫୁଲବାଣୀ: ବାଲ୍ୟବିବାହ ସମ୍ପର୍କରେ ସୁଚନା ପାଇ ଚାଇଲ୍‌ଡଲାଇନର ଦୁଇଜଣିଆ ଟିମ୍‌ ବିଜୟାନନ୍ଦ ସାହୁ ଓ ସୁପ୍ରଭା ନାୟକ, ସମ୍ମନ୍ଵିତ ଶିଶୁବିକାଶ ସିଡିପିଓ ଫିରିଙ୍ଗିଆ ମଞ୍ଜୁଳା ପ୍ରଧାନ ଏବଂ ସହକର୍ମି ଫିରିଙ୍ଗିଆ ପୁଲିସ କର୍ମଚାରୀଙ୍କ ସହାୟତାରେ ୧୬ ବର୍ଷିଅ ନାବାଳକ ଓ ନାବାଳିକାଙ୍କୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମପଞ୍ଚାୟତର ଏକ ଗ୍ରାମରୁ ଉଦ୍ଧାର କରିଛନ୍ତି।

ଉଭୟ କିଛି ଦିନ ହେବ ଏକାଠି ସ୍ୱାମୀ-ସ୍ତ୍ରୀ ଭାବରେ ପରିବାରଙ୍କ ସହମତିରେ ରହୁଥିଲେ। ନାବାଳକର ଘର ଡିମିରିଗୁଡା ଗ୍ରାମପଞ୍ଚାୟତରେ ଏବଂ ନାବାଳିକାର ଘର ମୁନିସପାଲ୍‌ଟି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଉଭୟ ଦୁଇ ଶିଶୁକୁ ଉଦ୍ଧାର ପରେ ଫିରିଙ୍ଗିଆ ଥାନାରେ ସିଡିପିଓଙ୍କ ଦ୍ଵାରା ଡାଏରୀ କରାଯାଇଛି ଏବଂ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିରେ ହାଜର କରାଯାଇଛି। ଶିଶୁ ମଙ୍ଗଳ କମିଟି ଉଭୟ ଶିଶୁ ଓ ପିତାମାତାଙ୍କୁ କାଉନେ୍‌ସଲିଂ କରି ଉଭୟ ଲିଖିତ ଚୁକ୍ତି ରଖି ପରିବାରକୁ ହସ୍ତାନ୍ତର କରିଛି।

By amfnews

Related Post