406 Views
ଫୁଲବାଣୀ : ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି ।
ବାଲିଗୁଡାଠାରୁ ଝରିପାଣିକୁ ସଂଯୋଗ କରୁଥିବା ସିରିଲା ଗ୍ରାମ ନିକଟବର୍ତ୍ତୀ ନଦୀ ପୋଲର ଗୋଟିଏ ସ୍ଲାବ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଟାଟାଗୁଡ଼ା ଗାଁରେ ଖଡଗନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଛି । ତୁମୁଡିବନ୍ଧ ବ୍ଳକ ସିଲକସୁଗା ଗାଁ ନିକଟରେ ବ୍ରିଜ ଭାଙ୍ଗିଯାଇଛି । ଫଳରେ ସିର୍ଲା ଓ ପାରିଗଡ଼ ପଞ୍ଚାୟତ ମଧ୍ୟରେ ଯାତାୟତ ସମ୍ଭବ ହୋଇ ପାରୁ ନାହିଁ।