Sun. Mar 8th, 2026

କଣ୍ଟାମାଳ : ଚାଷ ଜମିରେ ପଡ଼ିଛି ଯୁବକଙ୍କ ମୃତଦେହ

229 Views

କଣ୍ଟାମାଳ(ବୌଦ୍ଧ):ବୌଦ୍ଧ ଜିଲ୍ଲା  କଣ୍ଟାମାଳ ବ୍ଲକ୍‌ ଯୋଗିନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗୋଛିପଡ଼ା ନିକଟରେ ଜଣେ ଯୁବକଙ୍କର ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଆଜି ସକାଳୁ ବିଲରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋଛିପଡ଼ା ନିକଟରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ ଦେହ ଚାଷ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ କଥା ପ୍ରଚାର ହେବା ପରେ ଜଣାପଡ଼ିଥିଲା ଯେ ମୃତ ଯୁବକ ଜଣକ ହେଉଛନ୍ତି ଗୋଛାପଡ଼ା ଗ୍ରାମର ଋଷି ପୁଟେଲଙ୍କ ପୁଅ ମୀନକେତନ ପୁଟେଲ। ତେବେ କେଉଁ ପରିସ୍ଥିତିରେ ମୀନକେତନଙ୍କର ମୃତ୍ୟୁ ଘଟିଥିଲା, ତାହା ନେଇ ଏବେ ବିଭିନ୍ନ ଆଲୋଚନା ଚର୍ଚ୍ଚା ହେଉଛି। ତେବେ ପ୍ରାଥମିକ ତଦନ୍ତ ପରେ ପୁଲିିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ପଞ୍ଚନାମା କରିବ ସହିତ  ବ୍ୟବଛେଦ ପାଇଁ ପଠାଇଛି।

By amfnews

Related Post