Sun. Mar 8th, 2026

କଣ୍ଟାବାଞ୍ଜି: ପରକୀୟ ପ୍ରୀତି, ଶଳାର ମାଡ଼ରେ ଭିଣୋଇ ମୃତ

292 Views

କଣ୍ଟାବାଞ୍ଜି,ନଭେମ୍ବର॰୨୮: ଗତକାଲିି ରାତିରେ ଭିଣୋଇଙ୍କ ପରକୀୟ ପ୍ରୀତିକୁ ବିରୋଧ କରି ଶଳା-ଭିଣୋଇଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳରେ ଭିଣୋଇଙ୍କର ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, କଣ୍ଟାବାଞ୍ଜିି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁର ଦିଲ୍ଲୀପ ଛୁରା(୩୦ ବର୍ଷ) ସେହି ଥାନା ଅନ୍ତର୍ଗତ ଚାଉଳଶୁଖା ଗାଁର ଗୌରୀଙ୍କୁ ବିବାହ କରିଥିଲେ। ତେବେ ଆର୍ଥିକ ସମସ୍ୟା ଯୋଗୁଁ ଦିଲ୍ଲୀପ ଦାଦନ ଖଟିିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ଦାଦନ ଖଟିବା ସମୟରେ ସେଠାରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେଠାରେ ଦିଲ୍ଲୀପ ସେହି ଯୁବତୀଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ବିବାହର କିଛି ଦିନ ପରେ ଦିଲ୍ଲୀପ କର୍ଲାବାହାଳି ଫେରିଥିଲେ।

ଦିଲ୍ଲୀପ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିବା କଥା ଶୁଣି ପ୍ରଥମ ପତ୍ନୀ ଗୌରୀ ବିରୋଧ କରିବାରୁ ଦିଲ୍ଲୀପ ପ୍ରଥମ ପତ୍ନୀଙ୍କୁ ମାଡ଼ ମାରିଥିଲେ। ତେବେ ସେହି ଦିନ ଠାରୁ ଏହି ଘଟଣାକୁ ନେଇ ଗୌରୀ ଓ ଦିଲ୍ଲୀପଙ୍କ ମଧ୍ୟରେ ଝଗଡ଼ା ହୁଏ। ଦିଲ୍ଲୀପ ଗୌରୀଙ୍କୁ ଏଥିପାଇ ପୁଣି କିଛି ଦିନ ତଳେ ମାଡ଼ ମାରିଥିଲେ। ଏହା ଶୁଣି ଗୌରୀଙ୍କ ଭାଇ କର୍ଲାବାହାଲ ଗାଁରେ ପହଞ୍ଚି ଦିଲ୍ଲୀପଙ୍କୁ ମାଡ଼ ମାରି ପଳାଇ ଆସିଥିଲେ। ଗୁରୁତର ଅବସ୍ଥାରେ ଦଲ୍ଲୀପଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

By amfnews

Related Post