131 Views
କଟକ, ଜାନୁଆରୀ ୧୮ : ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି, ତାହା ସମୀକ୍ଷା କରିବାକୁ ଶୁକ୍ରବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କଟକସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉପସ୍ଥିତ ହୋଇଥିଲେ। ତାଙ୍କ ସହ ଥିଲେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ।
ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍ ଛୁଟିରେ ଥିବାରୁ ପୂର୍ବାହ୍ନ ୧୧;୨୦ ରୁ ଆରମ୍ଭ ହୋଇ ଦିବା ୧ଘଟିକା ଯାଏଁ ଚାଲିଥିବା ଏହି ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ହରିଶ୍ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନ ଏହି ବୈଠକରେ ଉପସ୍ଥିତ ଥିଲେ।