Sat. Mar 7th, 2026

କଞ୍ଚା ପିଆଜ ଖାଇବା ପରେ ଦୁର୍ଗନ୍ଧ ଦୂର କରନ୍ତୁ ଏପରି….

281 Views

ଲୋକେ ଅନେକ ସମୟରେ ଖାଦ୍ୟ ସହିତ କଞ୍ଚା ପିଆଜ ଖାଇବାକୁ ଭଲ ପାଇଥା’ନ୍ତି। ତା’ଛଡ଼ା ସାଲାଡରେ ବି କଞ୍ଚା ପିଆଜ ଥାଏ। ଆମେ ପଖାଳ ସହିତ କଞ୍ଚା ପିଆଜ ଖାଇବାର କଥା ଅଛି। ଏହା ଖାଇବା ପରେ ପାଖରେ ବସିଥିବା ଲୋକ ବି ଅତିଷ୍ଠ ହୋଇପଡ଼େ। ଏହି କଞ୍ଚା ପିଆଜ ଖାଇବା ପରେ ପାଟିରୁ ଏକ ପ୍ରକାରର ବାସ୍ନା ବାହାରେ । ପାଟିରୁ ଯଦି କଞ୍ଚା ପିଆଜର ଦୁର୍ଗନ୍ଧ ଦୂର କରିବାକୁ ଚାହାଁନ୍ତି,ତେବେ ନିମ୍ନୋକ୍ତ ସରଳ ଉପାୟ ଆପଣାନ୍ତୁ…..

କଞ୍ଚା ପିଆଜ ଖାଇବା ପରେ ଯଦି ପୋଦିନା ପତ୍ରକୁ ଚୋବାନ୍ତି,ତେବେ ମୁହଁରୁ ପିଆଜ ଗନ୍ଧ ଶୀଘ୍ର ଦୂର ହୋଇଯିବ। ଏଥିପାଇଁ ପୋଦିନା ଚା’ ବି ପିଇ ପାରନ୍ତି। ଲେମ୍ବୁ,ଗାଜର ଓ ଛତୁ ଯଦି ସାଲାଡରେ ମିଶାଇବେ ,ତେବେ ମଧ୍ୟ ପିଆଜର ଗନ୍ଧ ଦୂର ହେବ। ଏକ ଚାମଚ ସୋରିଷ ଦାନା ମୁହଁରେ ନେଇ ୩୦ ସେକେଣ୍ଡ ଯାଏଁ ରଖନ୍ତୁ। ତା’ପରେ ତାକୁ ଥୁକି ଦିଅନ୍ତୁ। ଏପରି କରିଲେ ବି କଞ୍ଚା ପିଆଜର ଦୁର୍ଗନ୍ଧ ଦୂର ହୋଇଥାଏ। କଞ୍ଚା ପିଆଜ ଖାଇବା ପରେ ଗ୍ରିନ୍‌ ଟି ପିଇଲେ ମଧ୍ୟ ଦୁର୍ଗନ୍ଧ ଦୂର ହୋଇଥାଏ। ଏଣୁ ପ୍ରତିଦିନ ଏକ କପ୍‌ ଗ୍ରିନ୍‌ ଟି ପିଇବା ଉଚିତ।

By amfnews

Related Post