Sun. Jun 8th, 2025

କଙ୍କଡ଼ାବିଛା କାମୁଡାରେ ୪ର୍ଥ ଶ୍ରେଣୀ ପିଲା ମୃତ

By amfnews Jul 6, 2019 #Featured
191 Views

ଝାନ୍‌ସି : ଉତ୍ତର ପ୍ରଦେଶର ଝାନ୍‌ସି ଅଞ୍ଚଳର ଗୋଟାଏ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର କଙ୍କଡ଼ାବିଛା କାମୁଡ଼ାରେ ପ୍ରାଣ ହରାଇଛନ୍ତି।

ବୁଧବାର ଦିନ ସେ ପିଲାଟିକୁ ସ୍କୁଲ୍‌ ପରିସରରେ ଜମା ହୋଇଥିବା ଡାଳପଲା ଉଠାଇବାକୁ କୁହାଯାଇଥିଲା। ସେତିକି ବେଳେ ହିଁ ତାକୁ କଙ୍କଡ଼ାବିଛାଟାଏ କାମୁଡ଼ି ଥିଲା ବୋଲି ତାଙ୍କର ଜଣେ କ୍ଲାସ୍‌ମେଟ୍‌ କହିଛନ୍ତି। କିନ୍ତୁ, ସ୍କୁଲ୍‌ କର୍ତ୍ତୃପକ୍ଷ ସେ ୧୦ ବର୍ଷିୟ ପିଲାକୁ ପ୍ରଥମେ ଡାକ୍ତରଖାନା ନ ନେଇ ଜଣେ ତାନ୍ତ୍ରିକ ପାଖକୁ ନେଇଥିଲେ।

ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ବିପନ୍ନ ହେବା ପରେ ଯାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇ ଥିଲା। ତହିଁ ଆର ଦିନ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଅଭିଯୋଗ ଅନୁସାରେ, ତାଙ୍କୁ ପରିସର ପରିସ୍କାର କରିବାକୁ କହିଥିବା ଓ ତାନ୍ତ୍ରିକ ପାଖକୁ ନେଇଥିଲେ ପ୍ରଧାନ ଶିକ୍ଷକ। ସେତେବେଳେ ତାନ୍ତ୍ରିକ ଘରେ ନ ଥିବାରୁ ପ୍ରଧାନ ଶିକ୍ଷକ ତାଙ୍କ ପାଖକୁ ଫୋନ୍‌ କରିଥିଲେ। ପରେ ପ୍ରଧାନ ଶିକ୍ଷକ ଫୋନ୍‌ଟିକୁ ପିଲାର କାନ ପାଖରେ ଧରି ରଖିଥିଲେ ଏବଂ ତାନ୍ତ୍ରିକ ମନ୍ତ୍ରପାଠ କରିଥିଲେ। ପିଲାଟିର ମୃତ୍ୟୁ ଲାଗି ପ୍ରଧାନ ଶିକ୍ଷକ ଦାୟି ହୋଇଥିବାରୁ ଝାନ୍‌ସିର ମୌଳିକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବନ କରି ଅଭିଯୋଗର ତଦନ୍ତ କରାଇବାକୁ କହିଛନ୍ତି।

By amfnews

Related Post