Mon. Mar 17th, 2025

କଂଗ୍ରେସ ସେବାଦଳର ରକ୍ତଦାନ ଶିବିର ଅନୁଷ୍ଠିତ

By amfnews Nov 2, 2018 #Featured
350 Views

ରାଉରକେଲା, ୧ା୧୧ : ପୂର୍ବତନ ପ୍ରଧାନମନ୍ତ୍ରୀ ଲୌହମାନବୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସ ତଥା ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ପାଳନ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ସେବାଦଳ ତରଫରୁ ଏକ ରକ୍ତଦାନ ଶିବିର ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସେବାଦଳ ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ ସେବାଦଳର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଘୋଷ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶୀ ଘୋଷ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, ସେବାଦଳ କର୍ମୀ ତଥା ରକ୍ତ ଦାତାମାନଙ୍କୁ ସମ୍ବୋଧିତ କରି ସ୍ୱର୍ଗୀୟା ଇନ୍ଦିରାଜୀ ଓ ସର୍ଦାର ପଟେଲଜୀଙ୍କ ଦେଶପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।

ସେବାଦଳ ମହିଳା ସଂଗଠିକା କୁମାରୀ ରଂଜିତା ମଲ୍ଲିକ, ଅନୀତା ପୁଷ୍ପାହେମ୍ବମ୍ର, ବନଲତା ବେହେରା, ଗୀତା ବେଜ, ଲକ୍ଷ୍ମୀପ୍ରୀୟା ରାଉତ, ପୂର୍ଣ୍ଣଚନ୍ଦ୍ର ଓଝା, ସୁକଦେବ ପଣ୍ଡା, ସାଗର ଜ୍ୟୋତି ବାରିକ୍, ରତିକାନ୍ତ ମଲ୍ଲିକ ପ୍ରମୁଖ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପିସିସି ସଭ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ପିସିସି ସମ୍ପାଦକ ରଶ୍ମୀରଂଜନ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ଏଆଇସିସି ସଭ୍ୟ ରାଜକୁମାର ଯାଦବ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ପିସିସି ସଭ୍ୟ ସନ୍ତୋଷ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ, ଛାତ୍ର କଂଗ୍ରେସ ପୂର୍ବ ସଭାପତି ଶିବୁ ଦୀପ, କଂଗ୍ରେସ ନେତା ଚିତ୍ତରଂଜନ ମହାନ୍ତି, ଘନଶ୍ୟାମ ସୁନା, ଭାସ୍କର ଖିଲାର, ବ୍ଲକ୍ ସଭାପତି ପ୍ରଫୁଲ ପ୍ରଧାନ, ଶଙ୍କର ଅଗ୍ରୱାଲ, ନରେନ୍ଦ୍ର ସିଂ, ରାଜେନ୍ଦ୍ର ବାରିକ୍, ମୀନକେତନ ଯତୀ, ଯୁବନେତା ବିଶ୍ୱଭୂଷଣ ସର, ବସନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଏଆଇସିସି ସଭ୍ୟ ରାଜକୁମାର ଯାଦବ, ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ସିଦେ୍ଧଶ୍ୱର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା କୀର୍ତ୍ତନ ଦାସ, ନାରୀନେତ୍ରୀ ଆଶା ମିଂଜ, ସେବାଦଳ ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତ, ସୁଧିର ନାଥ, ରାଜବୃଷଭାନୁ ଦାସ, ବିଶ୍ୱଜିତ ସାହୁ, ରତିକାନ୍ତ ମଲ୍ଲିକ, ପରମେଶ୍ୱର ବାଗ, ଧନଂଜୟ ବାଗ, ସଂଜୟ ଲାଖୁଆ, ସଲମାନ ଖାନ୍, ନରେନ୍ଦ୍ର ସିଂ, ସୁରେଶ ଘୋଷ, ଶିବ ଶର୍ମା, ପ୍ରବୀର ଦାସ, ମନୋଜ ବେହେରା, କୈଳାସ ଦାସ, ପ୍ରୀତମ କୁମାର ସେନାପତି, ଶ୍ରୀପଦ ପାତ୍ର, ରମେଶ ଚଣ୍ଡକ, ଶୋହନ ସାଣ୍ଡିଲ, ପରମା ନାଗ, ରାଜକିଶୋର ଦାସ, ପ୍ରମୁଖଙ୍କ ସମେତ ୨୭ଜଣ ରକ୍ତଦାନ କରିଥିଲେ ବୋଲି ସେବାଦଳ ମୁଖ୍ୟ ସଂଗଠକ ବିନେଦ ରାଉତ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

By amfnews

Related Post