କର୍ଣ୍ଣାଟକରେ ପୌରପାଳିକା ନିର୍ବାଚନର ଭୋଟ୍ ଗଣତି ପାଇଁ ରାଜନୀତି ଉଷ୍ମ ରହିଛି । କଂଗ୍ରେସ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି । ଏହା ମଧ୍ୟରେ ତୁମକୁର ଅଂଚଳର ଏକ କଂଗ୍ରେସ ରାଲିରେ କାର୍ଯ୍ୟକର୍ତାଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି ।
ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଆହତଙ୍କ ଚିକିତ୍ସା ଚାଲୁଛି । ବର୍ତମାନ ସୁଧା ଏହି ଏସିଡ୍ ଆକ୍ରମଣ ପଛରେ କାହାର ହାତ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହି ଘଟଣାକୁ ନେଇ ତୁମକୁର ଏସପି କହିଛନ୍ତି କି, କଂଗ୍ରେସ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବା ପରେ ଏକ ରାଲି କରିଥିଲେ । ରାଲିର ଭୀଡ ମଧ୍ୟରେ କେହିଜଣେ କାର୍ଯ୍ୟକର୍ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଛି । ଘଟଣାର ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏହି ଘଟଣାରେ ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆକ୍ରମଣରେ ବାଥରୁମ୍ କ୍ଲିନରର ବ୍ୟବହାର ହୋଇଥିବା କହିଛନ୍ତି । ଏହା ସହ ସମସ୍ତ ଆହତ ବିପଦମୁକ୍ତ ଥିବା ସେ ସୂଚାନ ଦେଇଛନ୍ତି ।
ସୂଚନାଯୋଗ୍ୟ କି, କର୍ଣ୍ଣାଟକର ୧୦୫ଟି ପୌରପାଳିକା ଆସନରେ ଆଜି ଭୋଟ୍ ଗଣତି ଜାରି ରହିଛି । ବର୍ତମାନ ସୁଧା ସାମ୍ନାକୁ ଆସିଥିବା ଫଳାଫଳରେ ବିଜେପି ତୁଳନାରେ କଂଗ୍ରେସ ବହୁ ଆଗରେ ରହିଛି ।