Sun. Nov 24th, 2024

କଂଗ୍ରେସ ଭବନ ଠାରେ କ୍ରାନ୍ତି ଦିବସ ପାଳିତ

By amfnews Aug 10, 2018 #Featured
172 Views

ରାଉରକେଲା, ୧୦ା୮: କଂଗ୍ରେସ ଭବନ ଠାରେ ପୂର୍ବାହ୍ନ ସାଢେ ୯ଟା ବେଳେ ଦଳ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏଥିରେ ଜିଲା ସଭାପତି ରବି ରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦେଶର ପୂର୍ବସୁରୀମାନଙ୍କୁ ମନେ ପକାଇ ବିଭିନ୍ନ ବକ୍ତା ପବିତ୍ର କ୍ରାନ୍ତି ଦିବସର ତାତ୍ପର୍ଯ୍ୟ ଓ ଦେଶ ଅତୀତରେ କିପରି ଇଂରେଜ ଶାସନ କବ୍ଜାରେ ଥିଲା ଏବଂ ସ୍ୱର୍ଗତ ମହାତ୍ମା ଗାନ୍ଧୀ, ଅବ୍ଦୁଲ କାଲାମ ଆଜାଦ, ପଣ୍ଡିତ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଲାଲବାହାଦୁର ଶାସ୍ତ୍ରୀ ଏବଂ ଅନ୍ୟମାନେ ଯେପରି ଭାବେ କ୍ରାନ୍ତି ଦିବସରେ ଗୋରା ଶାସକଙ୍କୁ ଭାରତ ଛାଡର ଆହ୍ୱାନ ଦେଇଥିଲେ ସେ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

ଯେଉଁ ନେତାମାନେ ପୂର୍ବସୁରୀଙ୍କୁ ତାର ଭାଷଣ ଛଳରେ ମନେ ପକାଇ ଥିଲେ ସେମାନେ ହେଲେ ଜିଲା ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ଏସସି ସେଲ୍ର ସନ୍ତୋଷ ତନ୍ତୀ, ମାଇନରିଟି ସେଲର ସାହିଦ ଆର୍.ପି. ସିଂ, ଘନଶ୍ୟାମ ସୁନା, ହରିଷ ପାଣି । ପରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ପଦଯାତ୍ରାରେ ନୟାବଜାର ବସ୍ତିକୁ ଯାଇ ବିଭିନ୍ନ ଲୋକମାନଙ୍କୁ ସାକ୍ଷାତ କରି କ୍ରାନ୍ତି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଅନୁରୂପ ଭାବେ ବିଭିନ୍ନ ବ୍ଲକ୍ କଂଗ୍ରେସ ପକ୍ଷରୁ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ବରପୁତ୍ରମାନଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।

ସେହିପରି ବ୍ଲକ୍ -୧ରେ ସାହାବୁଦ୍ଦିନ, ବ୍ଲକ୍-୨ରେ ମନୁ ସାମଲ, ବ୍ଲକ୍-୩ରେ ଇଜାଜ ଅକତର ଓ ଏସ୍. ଟପ୍ପୋ ଏବଂ ବ୍ଲକ୍-୪ରେ ସୋମନାଥ ପଣ୍ଡା, ଛବି ଦାସ, ବ୍ଲକ୍-୫ରେ ରଜନୀ ପାତ୍ର, ବ୍ଲକ୍-୬ରେ ରଘୁ ଦାସ, ବ୍ଲକ୍-୭ରେ ଗିରିଜା ମିଶ୍ର, ବ୍ଲକ୍-୮ରେ ମହମ୍ମଦ ଫାରୁକ, ବ୍ଲକ୍-୯ରେ ଧୁସା ନାଏକ, ବ୍ଲକ୍-୧୦ରେ ସର୍ବେଶ ସିଂ, ଶଙ୍କର ଅଗ୍ରୱାଲ ପ୍ରମୁଖ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ପ୍ଲାଣ୍ଟସାଇଟ୍ ଠାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଯୁବ କଂଗ୍ରେସ ପକ୍ଷରୁ ସଭାପତି ପ୍ରମୋଦ ଦାସ ଏବଂ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲା ସଭାପତି ଶ୍ରୀ ରାୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଉରକେଲା ଠାରେ ଅବସ୍ଥାପିତ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ଯୁବ ଆଇଏନ୍ଟିୟୁସି ପକ୍ଷରୁ ମିଳିତ ଭାବେ ମାଲ୍ୟାର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କୀର୍ତ୍ତନ ଦାସ, ଯୁବ କଂଗ୍ରେସର ପ୍ରବୋଧ ଦାସ, ଛାତ୍ର କଂଗ୍ରେସର ହିତେଶ ଦେହୁରୀ, ମହିଳା କଂଗ୍ରେସର ନିରୂପମା ବଳିୟାରସିଂ, ଲକ୍ଷ୍ମୀପ୍ରିୟା ଜେନା, ଜ୍ୟୋତି ଲାକ୍ରା, ଲତା ନାଏକ, ବୃନ୍ଦା ପ୍ରସାଦ, ସାହାବୁଦ୍ଦିନ, ନିକିତା ନାଏକ, ପ୍ରେମଲତା ଡୁଙ୍ଗଡୁଙ୍ଗ, ଧୁସା ନାଏକ, ଏମ୍ଡି ଫାରୁକ, ପ୍ରସନ୍ନ ବଳିୟାରସିଂ, ସୋମନାଥ ପଣ୍ଡା, ମଝିଆ ପ୍ରଧାନ, ଆପୁ ନାଏକ, ବିଜୁ ଶଙ୍କର ପୁରୋହିତ, ରାଜେଶ ନାଏକ, ରାଜେଶ ଟପ୍ପୋ, ଅବିନାଶ ଖାଖା, ବନମାଳି ବିଶୋୟୀ, ଶିବୁ ସାହୁ, ପପୁ ମହାନ୍ତି, ମୀନ ନାଏକ, ସାହିର ହୁସେନ, ମଧୁ ଇନ୍ଦ୍ରମୋହନ ପଣ୍ଡା, ପ୍ରଦୀପ ବେହେରା, ବି.ଏନ୍. ମହାନ୍ତି, ଘନଶ୍ୟାମ ଶୁନା, ଇଜାଜ ଅକତର, ସର୍ବେଶ ସିଂ, ଗୌତମ ଲେଙ୍କା, ସରୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ ।

By amfnews

Related Post