Mon. Jun 9th, 2025

କଂଗ୍ରେସ ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ

By amfnews Dec 1, 2018 #Featured
239 Views

ରାଉରକେଲା, ୧ା୧୨  : ଅଖିଳ ଭାରତୀୟ କଂଗ୍ରେସ କମିଟି ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ରାଉରକେଲା ଜିଲା କଂଗ୍ରେସ ପକ୍ଷରୁ ଘରକୁ ଘର ବୁଲି ଲୋକ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ତିଲକାନଗର ଓ ବଙ୍ଗୋମୁଣ୍ଡା ଠାରେ ବ୍ଲକ୍ ସଭାପତି ସର୍ବେଶ ସିଂହଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ଏହି ଅଭିଯାନରେ ଜିଲା କଂଗ୍ରେସ ସଭାପତି ରବି ରାୟ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ଶହିଦ ତିଲକା ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ ।

ସେ ରାଉରକେଲା ଜନସାଧାରଣଙ୍କୁ ତନ, ମନ ଓ ଧନ ଦେଇ କଂଗ୍ରେସକୁ ମଜବୁତ କରି ଆଗାମୀ ନିର୍ବାଚନରେ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ରଶ୍ମିରଞ୍ଜନ ପାଢୀ, ପ୍ରଭାତୀ ମିଶ୍ର, ଭାସ୍କର ଖିଲାର, ଗୋପାଲ ଦାସ, ଗଜେନ୍ଦ୍ର ତନ୍ତୀ, ବିନ୍ଦା ପ୍ରସାଦ, ବାସୁ ବାନାର୍ଜୀ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିୟମ ସିଂହ, ରମେଶ ଗୁପ୍ତା, ରବୀନ୍ଦ୍ର ଭଞ୍ଜ, ପ୍ରଦୀପ ବେହେରା, ହରିଦ୍ୱାର ସିଂହ, ବିନୟ ସିଂ, ରାଜେଶ ଯାଦବ, ରାଜେନ୍ଦ୍ର ଶର୍ମା, ପୁରୁଷୋତ୍ତମ ପଣ୍ଡା, ଗାୟତ୍ରୀ ଦେବୀ, ଶୋଭା ସିଂହ, ବିଜୟ ପଣ୍ଡା, ସୁଶୀଲ ମାହାତୋ, ବିକାଶ, ଶଙ୍କର, ଅମ୍ବର ପଲେଇ, ଦିଲ୍ଲୀପ ସାହୁ, ଅଜିତ ଶାହା, ତ୍ରିଭେନ୍ଦ୍ରମ ମଣ୍ଡଳ, ବିରସା ମୁଣ୍ଡା, ବିଜୟ ସିଂହ, ଲିପୁ ପଣ୍ଡା, ପଙ୍କଜ ରଜକ, ସୋନୁ ସିଂହ, ଫୁଲ କଂସାରୀ, ସନ୍ଦୀପନ ମହାପାତ୍ର, ଅମିତ କୁମାର, ଆଶିଷ ଲାକ୍ରା, ହିତେଶ ଦେହୁରୀ, ରୂପା ବାରିକ ଓ ବିଷ୍ଣୁ ନାଗ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

By amfnews

Related Post