Sun. Jun 15th, 2025

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଝଟକା , ତତକାଳ ଶୁଣାଣି କରିବାକୁ ମନା କଲେ

By amfnews Apr 2, 2019 #Featured
289 Views

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଝଟକା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ଚାଲିଯାଉଥିବାରୁ ପଟିଦାର ନେତା ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢ଼ିବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ହାର୍ଦ୍ଦିକ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ତତକାଳ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୪ ତାରିଖରେ କରାଯିବ ବୋଲି ଜଣାଯାଇଛି।୨୦୧୫ ମସିହାର ଏକ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହାର୍ଦ୍ଦିକ ପଟେଲ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଗୁଜରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ଦୋଷ ଉପରେ ରହିତାଦେଶ ଲଗାଇବାପାଇଁ ମନା କରିଦେଇଥିଲେ। ହାର୍ଦ୍ଦିକଙ୍କ ବିରୋଧରେ ଅନେକ ମାମଲା ଅଛି, ତେଣୁ ସେ ନିର୍ବାଚନ ଲଢ଼ିପାରିବେନି ବୋଲି କୋର୍ଟ କହିଥିଲେ।

କିନ୍ତୁ ହାର୍ଦ୍ଦିକ ଏହାକୁ ବିରୋଧ କରିଛନ୍ତି। ହାର୍ଦ୍ଦିକ କହିଛନ୍ତି, ତାଙ୍କର ଭୁଲ୍ ଏତିକି ଯେ ସେ ବିଜେପି ପାଖରେ ମୁଣ୍ଡ ନୂଆଁଇ ନାହାନ୍ତି। ସରକାର ବିରୋଧରେ ଯିବାରୁ ତାଙ୍କୁ ଏହି ଫଳ ମିଳିଛି ବୋଲି ସେ କହିଛନ୍ତି।

By amfnews

Related Post