Fri. Jan 17th, 2025

କଂଗ୍ରେସ ଛାଡିବେ ୧୦ ବିଧାୟକ! ଭାଙ୍ଗି ଯାଇପାରେ ସରକାର

By amfnews Jan 16, 2019 #Featured
258 Views

ନୂଆଦିଲ୍ଲୀ, ଜାନୁଆରୀ ୧୬ :  କର୍ଣ୍ଣାଟକରେ ରାଜନୈତିକ ମାହୋଲ ଏବେ ସରଗରମ ରହିଛି । ଗତ କାଲି ୨ ଜଣ ନିର୍ଦ୍ଦଳୀୟ ବିଧାୟକ କଂଗ୍ରେସ-ଜେଡିଏସ ମହାମେଂଟ ସରକାରଙ୍କ ଠାରୁ ସମର୍ଥନ ଫେରେଇ ନେବା ପରେ ଘଟଣାକ୍ରମ ଦ୍ରୂତ ଗତିରେ ବଦଳିବାରେ ଲାଗିଛି । ତେବେ ୧୦ ଜଣ କଂଗ୍ରେସ ବିଧାୟକ ଆସନ୍ତା କାଲି ଇସ୍ତଫା ଦେଇ ପାରନ୍ତି ବୋଲି ସୂଚନା ମିଳିଛି । ଏହି ସବୁ ମଧ୍ୟରେ କଂଗ୍ରେସ ବିଧାୟକ ଦଳଙ୍କ ବୈଠକ ଜାନୁଆରୀ ୧୮ରେ ଡକାଯାଇଥିଲା । ଏହା ପୂର୍ବରୁ କଂଗ୍ରେସ ଦଳର କାର୍ଯ୍ୟକର୍ତା ଗୁରୁଗ୍ରାମରେ ବିଜେପି ବିଧାୟକ ଥିବା ହୋଟେଲରେ ପ୍ରଦର୍ଶନ କରିଥିଲେ । ବିଜେପି ବିରୁଦ୍ଧରେ କଂଗ୍ରେସ କିଣା ବିକାର ଅଭିଯୋଗ ଆଣିଥିଲା ।

କଂଗ୍ରେସ ସାଂସଦ କେ ଏଚ ମୁନିୟପା କହିଛନ୍ତି କି, ମୁଁ ସାଥ ଛାଡିଥିବା ସମସ୍ତ ବିଧାୟକଙ୍କୁ ଆମନ୍ତ୍ରିତ କରୁଛି । ଚିନ୍ତା କରନ୍ତୁ ନାହିଁ । ନିର୍ବାଚନ ଜିତିଥିବା କଂଗ୍ରେସ ଲୋକ ଅସୁରକ୍ଷିତ ନଭାବିବା ଉଚିତ୍ । ରାହୁଲ ଗାନ୍ଧୀ ଏବଂ ବେଣୁଗୋପାଳ ଆପଣଙ୍କ ମାମଲା ସହ ଅଜ୍ଞ ଅଛନ୍ତି । ଆପଣଙ୍କୁ ଆସନ୍ତା କ୍ୟାବିନେଟ ବିସ୍ତାରରେ ଅବସର ଦିଆଯିବ ।

ANI

@ANI

KH Muniyappa, Congress MP: I invite all who left the fold to come back and not worry. Second generation Congressmen who won election must not feel insecure. Rahul Gandhi and KC Venugopal are aware of your grievances, you will be given chance in next cabinet expansion

୨୨୪ ସଦସୀୟ ବିଧାନସଭାରେ ବିଜେପିର ୧୦୪, କଂଗ୍ରେସର ୭୯, ଜେଡିଏସର ୩୭, କେପିଜିପିର ୧-୧ ଏବଂ ନିର୍ଦ୍ଦଳୀୟ ଜଣେ ରହିଛନ୍ତି । ବିଏସପି ବିଧାୟକ ଏନ ମହେଶ ଅକ୍ଟୋବରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ସରକାରଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ବର୍ତମାନ ବହୁ ମତ ପାଇଁ ୧୧୩ ବିଧାୟକ ଆବଶ୍ୟକ ଅଛନ୍ତି । କଂଗ୍ରେସ-ଜେଡିଏସ ନିକଟରେ ୧୧୬ ବିଧାୟକ ଅଛନ୍ତି । ଦୁଇ ଜଣ ବିଧାୟକ ଇସ୍ତଫା ନେବା ପରେ ବିଏସପି ବିଧାୟକ ସହିତ ମହାମେଂଟ ସହିତ ୧୧୭ ଜଣ ବିଧାୟକଙ୍କର ସମର୍ଥନ ରହିଛି । ଯଦି ୧୦ ଜଣ ବିଧାୟକ ଇସ୍ତଫା ଦିଅନ୍ତି ତେବେ ସଂଖ୍ୟା ୧୦୭କୁ ଖସି ଆସିବ ଏବଂ ଜଟିଳ ପରିସ୍ଥିତି ସୃଷ୍ଟି କରିବ । ଆହୁରି ମଧ୍ୟ ବିଧାନସଭା ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେହି ସମୟରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ସରକାରଙ୍କୁ ସୁରକ୍ଷିତ କରି କହିଛନ୍ତି କି, ମୁମ୍ବାଇର ହୋଟେଲରେ ଥିବା ବିଧାୟକଙ୍କ ନିକଟରେ ମିଡିଆ ପହଂଚି ପାରୁ ନାହିଁ । ସେମାନେ ମୋ ସମ୍ପର୍କରେ ଅଛନ୍ତି । ମୁଁ ସମସ୍ତଙ୍କ ସହ ସମ୍ପର୍କରେ ଅଛି । ସମସ୍ତଙ୍କ ସହ କଥା ହୋଇଛି । ସେମାନେ ଫେରି ଆସିବେ । ଆମ ମହାମେଂଟ ବିଲକୁଲ ସୁରକ୍ଷିତ ରହିଛି । ମୁଁ ପୂର୍ବରୁ ଚିନ୍ତାମୁକ୍ତ ଥିଲି । ଏବେ ବି ଅଛି । ଚିନ୍ତା କରନ୍ତୁ ନାହିଁ ଖୁସୀ ରୁହନ୍ତୁ ।

ANI

@ANI

Karnataka CM HD Kumaraswamy: MLAs(Congress MLAs in Mumbai hotel) are unreachable to the media, not to me, I am in touch with everybody and I am speaking to everybody, they will come back. Our coalition is going on smoothly. I was relaxed and I am relaxed. Don’t worry, be happy

50 people are talking about this

By amfnews

Related Post