Tue. Dec 24th, 2024

କଂଗ୍ରେସର ଭାରତ ବନ୍ଦ ଡାକରା: ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ରେଳରୋକ, ଗମନାଗମନ ଠପ୍

By amfnews Sep 10, 2018 #Featured
153 Views

ଭୁବନେଶ୍ୱର , ସେପ୍ଟେମ୍ବର ୧୦ :

ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ବିରୋଧରେ କଂଗ୍ରେସ ପକ୍ଷରୁ ସୋମବାର ‘ଭାରତ ବନ୍ଦ’ ପାଳନ କରାଯାଉଛି । ଦେଶ ସମେତ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାରାରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି।ସାରା ଦେଶରେ ଆରମ୍ଭ ହୋଇ ଯାଇଥିବା ଭାରତ ବନ୍ଦ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ଭାରତବନ୍ଦକୁ ସମର୍ଥନ ଦେଇଛନ୍ତି ୧୭ରୁ ଅଧିକ ରାଜନୈତିକ ଦଳ। ତେବେ ବନ୍ଦରୁ ଜୁରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ଅପରପକ୍ଷରେ ଆଜି ରାଜ୍ୟର ସବୁ ସ୍କୁଲ-କଲେଜ ଛୁଟି ରହିଛି।

ରାଜଧାନୀର ମାଷ୍ଟର କ୍ୟାଂଟିନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସତସଂଗ ବିହାର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ କଂଗ୍ରେସ କ୍ରମୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି। ସବୁଆଡେ ରାସ୍ତା ଖାଁ ଖାଁ ହୋଇଯାଇଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ମାନେ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାୟାର ଜାଳି ରାସ୍ତାରୋକ କରିଛନ୍ତି। ରାଜଧାନୀ ସମେତ ସର୍ବତ୍ର ଜିଲ୍ଲାରେ ଦୋକାନବଜାର ବନ୍ଦ ରହିଛି । କଟକରେ ମଧ୍ୟ ଅନୁରୂପ ବନ୍ଦ ପାଳନ କରାଯାଇଛି। ବାଦାମବାଡିରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି।

ଗାଡି ଚଳାଚଳ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି।  ଏହି ଆନ୍ଦୋଳନରେ ଯୁବ, ମହିଳାଙ୍କ ସମେୈତ ସମସ୍ତ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି। କେତେକ ସ୍ଥାନରେ ବାଇକ ରାଲି ମଧ୍ୟ କରାଯାଇଛି।

ସକାଳ ୬ଟାରୁ ପିକେଟିଂ ଆରମ୍ଭ

କଂଗ୍ରେସ କର୍ମୀମାନେ ଆଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଅପରାହ୍ନ ୩ଟା ପର୍ଯ୍ୟନ୍ତ  ବନ୍ଦର ପ୍ରଭାବ ଅନୁଭୂତ ହେବ। ବିଶେଷ କରି ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ବନ୍ଦ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ପୁରା ଯୋରସୋରରେ ଲାଗିପଡିଛନ୍ତି। ନିଜେ ପିସିସି ସଭାପତି  ଓ ପ୍ରମୁଖ କଂଗ୍ରେସ କର୍ମୀ ମଧ୍ୟ ରାସ୍ତାକୁ ଯାଇ ଆନ୍ଦୋଳନ କରୁଥିବା ଦେଖାଯାଇଛି । ପିସିସି ମୁଖିଆ ଗତକାଲି ପ୍ରେସମିଟରେ ଏହି ଭାତର ବନ୍ଦକୁ ସମର୍ଥନ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଥିବା ବେଳେ ଲୋକମାନେ ଆଜି ବନ୍ଦକୁ ଅହେତୁକ ସମର୍ଥନ କରୁଥିବା ସେ କହିଛନ୍ତି ।

By amfnews

Related Post