Tue. Nov 26th, 2024

କଂଗ୍ରେସର ‘ବିପଦଜ୍ଜନକ’ ଖେଳ ବିଷୟରେ ଜନତାଙ୍କୁ ବତାଇବାକୁ ପଡ଼ିବ: ପିଏମ ମୋଦୀ

By amfnews Dec 20, 2018 #Featured
175 Views

ନୂଆଦିଲ୍ଲୀ,ଡିସେମ୍ବର୧୯ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଏଜେନ୍ସି ବାହାନାରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।  ବୁଧବାର ତାମିଲନାଡୁ ଓ ପୁଡୁଚେରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସିଧା ପ୍ରସାରଣ ଆଲୋଚନା ସମୟରେ ସେ କଂଗ୍ରେସ ଉପରେ କଡ଼ା ଶବ୍ଦରେ ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି ଯେ କଂଗ୍ରେସର ଅଲୋକତାନ୍ତ୍ରିକ ଚରିତ୍ରର ସଠିକ୍  ଜବାବ ଦେବା ପାଇଁ ଗଣତନ୍ତ୍ରକୁ ମଜବୁତ କରିବାକୁ ପଡ଼ିବ। ସୂଚନା ଓ  ସଚେତନତା ଗଣତନ୍ତ୍ର ପାଇଁ ଅତି ଆବଶ୍ୟକ। ଆମକୁ କଂଗ୍ରେସ ଓ ଏହାର ବିପଦଜ୍ଜନକ ଖେଳ ବିଷୟରେ ଜନତାଙ୍କୁ କ୍ରମାଗତ ଅବଗତ କରାଇବାକୁ ପଡ଼ିବ।

ମୋଦୀ ଏହା ମଧ୍ୟ କହିଛନ୍ତି ଯେ  କଂଗ୍ରେସ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଇଭିଏମକୁ ନେଇ ଚିତ୍କାର କରିବା ଆରମ୍ଭ କରିଥାଏ।  ଯେଉଁଥିରେ  ଦେଶରେ ସନ୍ଦେହର ମାହୋଲ ସୃଷ୍ଟି କରାଯାଇ ପାରିବ। ମାତ୍ର ନିର୍ବାଚନ ପରେ ଯଦି କଂଗ୍ରେସର ପ୍ରଦର୍ଶନ ଭଲ ରୁହେ ତେବେ ସେହି ଇଭିଏମକୁ ଆସିଥିବା ଫଳାଫଳକୁ ଦଳ ସ୍ଵୀକାର କରେ। ଯଦି ନିଜର ମନମୁତାବକ ଫଳ ନଆସେ ତେବେ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରେ କଂଗ୍ରେସ।

ମୋଦୀ କହିଛନ୍ତି ଯେ କଂଗ୍ରେସ ଆର୍ମି, ସିଏଜି ଓ ଗଣତନ୍ତ୍ର ପାଇଁ ଜରୁରୀ ସମସ୍ତ ସଂସ୍ଥାକୁ ହୀନ ଦେଖାଇବାକୁ ଚେଷ୍ଟା କରିଛି। ନିକଟରେ କଂଗ୍ରେସ ସୁପ୍ରିମକୋର୍ଟର ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା କାରଣ ସେମାନଙ୍କୁ ଅଦାଲତର ନିଷ୍ପତ୍ତି ପସନ୍ଦ ଆସିନଥିଲା। ଏହା ପୂର୍ବରୁ ସେମାନେ କୋର୍ଟକୁ ଧମକ ଚମକ ଦେଇ କାମ କରାଇବାକୁ ଚାହୁଁଥିଲେ, ମାତ୍ର ଏମିତି ନହେବାରୁ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଉଦ୍ୟମ କରିଥିଲେ।

By amfnews

Related Post