Fri. Jan 10th, 2025

କଂଗ୍ରେସର ପରାଜୟ ପରେ ବଡ଼ବଡ଼ ନେତାଙ୍କ ଦଳୀୟ ପଦବୀରୁ ଇସ୍ତଫା, କିନ୍ତୁ ପ୍ରିୟଙ୍କା?

By amfnews Jul 9, 2019 #Featured
109 Views

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ପରାଜୟ ପାଇଁ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପରେ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରମୁଖ ନେତାମାନେ ମଧ୍ୟ ନିଜ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଏବେ ସମସ୍ତଙ୍କ ନଜର କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଉଉଣୀ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କ ଉପରେ।

ଲୋକସଭା ନିର୍ବାଚନ ବେଳେ ପ୍ରିୟଙ୍କାଙ୍କୁ କଂଗ୍ରେସ ମହାସଚିବ ନିଯୁକ୍ତ କରାଯାଇଥିଲା। ଏଥିସହ ତାଙ୍କୁ ପୂର୍ବାଞ୍ଚଳ ୟୁପିର ପ୍ରଚାର ଦାୟିତ୍ୱ ଦିଆଯାଇଥିଲା। ହେଲେ ଆମେଠିରେ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କୁ ହାରିବାକୁ ପଡ଼ିଥିଲା। ଏଥିସହ ପ୍ରଥମଥର ପାଇଁ ରାଏବରେଲିରେ ସୋନିଆ ଗାନ୍ଧି ମଧ୍ୟ କଡ଼ା ମୁକାବିଲାର ସାମ୍ନା କରିଥିଲେ। ଏମିତିକି ୟୁପିରୁ ସୋନିଆ କଂଗ୍ରେସର ଏକମାତ୍ର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଲୋକସଭାକୁ ଆସିଛନ୍ତି।

ନିର୍ବାଚନ ବେଳେ ପ୍ରିୟଙ୍କାଙ୍କୁ କଂଗ୍ରେସ ଟ୍ରମ୍ପ କାର୍ଡ କରି ମୋଦି ହାଓ୍ୱାରେ ବ୍ରେକ ମାରିବା ପାଇଁ ଯୋଜନା କରିଥିଲା। ହେଲେ ନିର୍ବାଚନ ଫଳାଫଳରେ କଂଗ୍ରେସର ସମସ୍ତ ରଣନୀତି ଫେଲ୍ ମାରିଛି।
ତେବେ ଇସ୍ତଫା ଦେବା ବଦଳରେ ୨୦୨୨ରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ ତାଙ୍କର ଦାୟିତ୍ୱ ଅଧିକ ରହିବ ବୋଲି ପ୍ରିୟଙ୍କା କହିସାରିଛନ୍ତି।

ଅନ୍ୟପଟେ ୟୁପିର ପଶ୍ଚିମାଞ୍ଚଳରେ ପ୍ରଚାର ଦାୟିତ୍ୱ ସହିତ ମହାସଚିବ ପଦବୀରେ ଥିବା ଜ୍ୟାୋତିରାଦିତ୍ୟ ସିନ୍ଧିଆ, ଆସାମ ପ୍ରଚାର ଦାୟିତ୍ୱରେ ଥିବା ହରିଶ ରାଓ୍ୱତ, ରାଜସ୍ଥାନର ପିସିସି ସଭାପତି ଅଶୋକ ଗେହଲଟ, ମଧ୍ୟପ୍ରଦେଶର ପିସିସି ସଭାପତି କମଲନାଥ ଇତ୍ୟାଦି ପ୍ରମୁଖ ନେତା ଦଳୀୟ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି। ତେବେ ପ୍ରିୟଙ୍କାଙ୍କ ପାଇଁ ସମାନ ନିୟମ ଲାଗୁ ହୋଇନାହିଁ।

By amfnews

Related Post