Mon. Apr 21st, 2025

କଂଗ୍ରେସରେ ଯୋଗ ଦେଲେ ଗାୟିକା ସପ୍‌ନା ଚୌଧୁରୀ, ମଥୁରାରେ ହେମା ମାଳିନୀଙ୍କ ସହ ଲଢ଼ି ପାରନ୍ତି

By amfnews Mar 24, 2019 #Featured
301 Views

ଆଗ୍ରା: ଜନପ୍ରିୟ ହରିୟାଣୀ ଗାୟିକା-ନୃତ୍ୟାଙ୍ଗନା ସପ୍‌ନା ଚୌଧୁରୀ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆନୁଷ୍ଠାନିକ ଭାବେ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ସମ୍ପ୍ରତି ମଥୁରା ସାଂସଦ ଥିବା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ବୋଲି ଯାହା କଳ୍ପନାଜଳ୍ପନା ଚାଲିଥିଲା ତାହା ଆହୁରି ବଢ଼ି ଯାଇଛି।

ସପ୍‌ନାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ମଥୁରାରୁ ଟିକେଟ୍‌ ପାଇବାର ପ୍ରତିଶ୍ରୁତି ପାଇବା ପରେ ହିଁ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ ଦଳ ତରଫରୁ ନିର୍ଦ୍ଦିଷ୍ଟ କରି କିଛି କୁହାଯାଇ ନାହିଁ।

କଂଗ୍ରେସ ପାର୍ଟିର ବରିଷ୍ଠ ନେତାମାନେ କହୁଛନ୍ତି କି, ଦଳର ହାଇକମାଣ୍ଡ୍‌ଙ୍କ ଠାରୁ ଅନୁମୋଦନ ମିଳିବା ପରେ ଆସନ୍ତକାଲି ସପ୍‌ନାଙ୍କ ପ୍ରାର୍ଥୀତ୍ୱ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ଜନପ୍ରିୟ ହରିୟାଣୀ ଗୀତ ‘ତେରି ଆଖ୍ୟା କା ୟୋ କାଜଲ’ ଗୀତରେ ମଞ୍ଚ ନୃତ୍ୟ କରିବା ପରେ ସପ୍‌ନା ଚୌଧୁରୀ ଲୋକଲୋଚନକୁ ଆସିଥିଲେ। ରିୟାଲିଟି ସୋ’ ବିଗ୍‌ ବସ୍‌ ୧୧ରେ ଅଂଶଗ୍ରହଣ କରିବା ସହ ‘ବୀରେ କି େଓ୍ଵଡିଙ୍ଗ୍‌’ ନାମକ ବଲିଉଡ୍‌ ସିନେମାନେ ‘ହଟ୍‌ ଜା ତୁ’ ଆଇଟମ୍‌ ଗୀତରେ ନୃତ୍ୟ କରିଛନ୍ତି। ଭୋଜପୁରୀ ସିନେମା ‘ମେରେ ସାମନେ ଆକେ’ ଗୀତରେ ମଧ୍ୟ ସେ ଦେଖା ଦେଇଥିଲେ।

By amfnews

Related Post